ପଞ୍ଚୁପାଳ ଗ୍ରାମର ନୂତନ ପାନ୍ଥଶାଳା ଉତ୍ସର୍ଗୀକୃତ

0 370

ବାରଙ୍ଗ,୨୮/୧୨(ଏସଏସନିୟୁଜ) ଏହି ବ୍କକ ଅଧିନସ୍ଥ ପଞ୍ଚୁପାଳ ଗ୍ରାମର ଐଶାନେଶ୍ଵର ମନ୍ଦିର ପରିସରରେ ନବନିର୍ମିତ ପାନ୍ଥଶାଳା ଉତ୍ସର୍ଗିକୃତ ଓ ଗ୍ରାମର ଧର୍ମପଦ ଯୁବକ ସଂଘକୁ ଗ୍ରାମ ପରିଚାଳନା ଦାୟିତ୍ଵ ହସ୍ତାନ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଗ୍ରାମ ମୁରବୀ ମନୀନ୍ଦ୍ର ନାଥ ଷଡଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ସଭାରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ, ମୁଖ୍ୟବକ୍ତା ଡ଼ ଅନଙ୍ଗ କୁମାର ଦ୍ୱିବେଦୀ ଓ ଅବସର ପ୍ରାପ୍ତ ଆରକ୍ଷି ଅଧିକ୍ଷକ ଭକ୍ତ ବଲ୍ଲଭ ଦାସ ଯୋଗ ଦେଇଥିଲେ। ଅତିଥିମାନଙ୍କ ଦ୍ୱାରା ପାନ୍ଥଶାଳାକୁ ଉଦ୍‌ଘାଟନ କରାଯିବା ପରେ ଧର୍ମପଦ ଯୁବ ପରିଷଦକୁ ଗ୍ରାମର ବରିଷ୍ଠ ବ୍ୟକ୍ତିମାନେ ଗ୍ରାମ୍ୟ ପରିଚାଳନା ଦାୟୀତ୍ଵ ନ୍ୟସ୍ତ କରିଥିଲା। ଯୁବ ପରିଷଦର ନୂତନ କର୍ମକର୍ତା ଭାବେ ରୁଦ୍ର ନାରାୟଣ ଷଡଙ୍ଗୀ, ପ୍ରଭାତ ବିଶୋଇ,ରଣଜିତ ବିଶୋଇ, ଆଶୁତୋଷ ଷଡ଼ଙ୍ଗୀ, ଚିତ୍ରଶେନ ବିଶୋଇ,ସୁଧିର କୁମାର ଷଡଙ୍ଗୀ, ପ୍ରତାପ ଷଡ଼ଙ୍ଗୀଙ୍କ ସମେତ କର୍ମକର୍ତା ଓ ବରିଷ୍ଠ ମାନଙ୍କ ମଧ୍ୟରେ ନବ କିଶୋର ଷଡ଼ଙ୍ଗୀ, ବିଷ୍ଣୁ ଚରଣ ଷଡ଼ଙ୍ଗୀ, ମାଗୁଣୀ ଷଡ଼ଙ୍ଗୀ,ସନ୍ତୋଷ ଷଡ଼ଙ୍ଗୀ, ପ୍ରତାପ ଷଡ଼ଙ୍ଗୀ, ଶରତ ବିଶୋଇ,ରମେଶ ବିଶୋଇ, ଭାଗିରଥୀ ବିଶୋଇ,ତ୍ରଲୋକ୍ୟ ଭୋଳ,ପାଠାଣି ପ୍ରଧାନ, ନୃସିଂହ ସ୍ଵାଇଁ , ରବିନ୍ଦ୍ର ବିଶୋଇ ଓ ହେମନ୍ତ ବିଶ୍ଵାଳ ପ୍ରମୂଖ ଉପସ୍ଥିତ ଥିଲେ । ଧର୍ମପଦ ଯୁବପରିଷଦର ପ୍ରତିଷ୍ଠାତା ତଥା ସଂଯୋଜକ ପଣ୍ଡିତ ଶେଷଦେବ ଷଡ଼ଙ୍ଗୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Leave A Reply

Your email address will not be published.