ପଞ୍ଚାୟତସ୍ତରୀୟ ସଫେଇ ଅଭିଯାନ

0 112

ବାରଙ୍ଗ,୨୦/୯(ଏସଏସ ନିଉଜ) ଭୁବନେଶ୍ବର ବ୍ଲକ ଅନ୍ତର୍ଗତ ଦାଢାପଞ୍ଚାୟତର ବାଲିପଡା ଗ୍ରାମ ହନୁମାନ ମନ୍ଦିର ଠାରୁ ଭାଗବତ ଘର ପର୍ଯ୍ୟନ୍ତ ରାସ୍ତାରେ ପଞ୍ଚାୟତସ୍ତରୀୟ ସଫେଇ କାର୍ଯ୍ୟକ୍ରମ ସରପଞ୍ଚ ନିଶିପଦ୍ମା କାଣ୍ଡିଙ୍କ ଦ୍ବାରା ମଙ୍ଗଳବାରଦିନ ଶୁଭାରମ୍ଭ ହୋଇଛି।ଏହି ସଫେଇ କାର୍ଯ୍ୟକ୍ରମରେଜିଲ୍ଲାପରିଷଦ ସଭ୍ୟା ବବିତା ରାଉତ,ନାଏବ୍ ସରପଞ୍ଚ ରଣଞିତ୍ କୁମାର ଦାସ,ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସଦାଶିବ ରଥ ,ଜିଆରଏସ୍ ସଞୟ ପଢିହାରୀ ପ୍ରମୁଖ ସାମିଲ  ହୋଇ ଗ୍ରାମ ରାସ୍ତାମାନଙ୍କରେ ସଫେଇ କରିବା ସହ ନିଜ ପରିବେଶକୁ ସର୍ବଦା ସଫାସୂତରା ରଖିବା ନେଇ ସଚେତନତା କରିଥିଲେ।ଏହି କାର୍ଯ୍ୟକ୍ରମରେ ପଞ୍ଚାୟତର ଓ୍ବାର୍ଡସଭ୍ୟ ସଭ୍ୟା ସମେତ ବହୁ ମହିଳା ଓ ପୁରୁଷ ଯୋଗ ଦେଇଥିଲେ।ଏହି ଅଭିଯାନ ଆଗକୁ ଜାରି ରହିବ ବୋଲି ସରପଞ୍ଚ ନିଶିପଦ୍ମା କାଣ୍ଡି କହିଛନ୍ତି।

Leave A Reply

Your email address will not be published.