ପାଣି ପାଇଁ ରାସ୍ତାକୁ ଓହ୍ଲାଇଲେ ପ୍ରବାସୀ ଶ୍ରମିକ

0 276

ଆସିକା,୨୩/୫(ଏସଏସନିୟୁଜ) ଧରାକୋଟ ବ୍ଲକ ଅଧୀନସ୍ଥ ଢଉଗାଁ ଗ୍ରାମ ପଞ୍ଚାୟତ ର କେ. ରାମଚନ୍ଦ୍ରପୁର ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟର ସଙ୍ଗରୋଧଗୃହରେ ରହିଥିବା ପ୍ରବାସୀ ଶ୍ରମିକମାନଙ୍କ ନିମନ୍ତେ ସର୍ବନିମ୍ନ ଆବଶ୍ୟକତା ପାଣି ସଠିକ  ଭାବେ ମିଳୁନଥିବାର ଅଭିଯୋଗ ହୋଇଛି ।ଗତ୧୬ ତାରିଖରେ ୫୫ଜଣ ଏଠାରେ ରହିଆସୁଛନ୍ତି । ଅବଶ୍ୟକତା ମୁତାବକ ପାଣିର ଅଭାବ ହେଉଥିବାର ଶ୍ର୍ରମିକମାନେ ସ୍ଥାନୀୟ ସରପଂଚ ଓ ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।ଏହାର ପ୍ରତିକାର ନହେବାରୁ ଶ୍ରମିକମାନେ ଆଜି ବାଲ୍‌ଟି ଧରି ସଙ୍ଗରୋଧ କେନ୍ଦ୍ରରୁ ବାହାରି ୫୯ନଂ ଜାତୀୟରାଜ ପଥ ରେ ଧାରଣାରେ ବସିଥିଲେ । ସ୍ଥାନୀୟ ବିଡିଓ ଓ ତହସିଲଦାର ଆସି ପ୍ରବାସୀଶ୍ରମିକମାନଙ୍କୁ ବୁଝାସୁଜା କରିବାସହ ତିନିଦିନ ମଧ୍ୟରେ ସ୍ତାୟୀ ପ୍ରତିକାର କରିବାର ପ୍ରତିଶୃତି ଦେବାପରେ ଶ୍ରମକମାନେ ସଙ୍ଗରୋଧ ଗୃହକୁ ଫେରିଥିଲେ ।

ଆସିକାରୁ ପ୍ରଦୀପକୁମାର ମହାନ୍ତିଙ୍କ ରିପୋର୍ଟ ।

Leave A Reply

Your email address will not be published.