ବିବାହ ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିବା ଦୁଷ୍କର୍ମ ନୁହେଁ: ହାଇକୋର୍ଟ

0 235

ଭୁବନେଶ୍ୱର,୨୩/୫(ଏସଏସନିୟୁଜ)ଓଡ଼ିଶା ହାଇକୋର୍ଟ ଶୁଣାଇଛନ୍ତି ଏକ ଗୁରୁତ୍ବପୂର୍ଣ୍ଣ ରାୟ ମାନ୍ୟବର ହାଇୋକର୍ଟଙ୍କ ରାୟ ଅନୁସାରେ ବିବାହ ପ୍ରଲୋଭନ ଦେଖାଇ ଯୌନ ସମ୍ପର୍କ ରଖିବା ବଳାତ୍କାର ନୁହେଁ । ଏକ ମାମଲାରେ ଶୁଣାଣି ବେଳେ ଏହିପରି ରାୟ ଦେଇଛନ୍ତି ହାଇକୋର୍ଟ । କେନ୍ଦୁଝର ପଟାଙ୍ଗୀ ଥାନା ଅଞ୍ଚଳରଏକ ମାମଲାର ଶୁଣାଣି ବେଳେ ଏହିପରି ରାୟ ଶୁଣାଇଛନ୍ତି ହାଇକୋର୍ଟ ।
ସୂଚନାଯୋଗ୍ୟ ଯେ, ଜଣେ ୧୯ବର୍ଷୀୟ ଝିଅ ଅଭିଯୋଗ କରିଥିଲେ ଯେ ଜଣେ ବ୍ୟକ୍ତି ତାଙ୍କୁ ବିବାହ ପ୍ରତିଶୃତି ଦେଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ଓ ପରେ ବିବାହ କରିନଥିଲେ । ହାଇକୋର୍ଟରେ ଏହି ମାମଲାର ଶୁଣାଣି କରୁଥିବା ବିଚାରପତି ଜଷ୍ଟିସ୍ ଏସକେ ପାଣିଗ୍ରାହୀ କହିଛନ୍ତି ଯେ ବିବାହ ପାଇଁ ମିଥ୍ୟା ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ରଖିବା ଦୁଷ୍କର୍ମ ନୁହେଁ । କାରଣ ଏହା ଆଇପିସି ଧାରା ୩୭୫ରେ ଏହିପରି ସଜ୍ଞା ପର‌୍ୟ୍ୟାୟ ଭୁକ୍ତ ନୁହେଁ ।

Leave A Reply

Your email address will not be published.