ପଞ୍ଜାବରେ ମେ ୩୧ ପର୍ଯ୍ୟନ୍ତ ବଢିଲା ଲକ୍ ଡାଉନ୍

0 252

ସଂକ୍ଷେପରେ ସକାଳର ଖବର,ତାରିଖ ୧୭/୦୫/୨୦, ରବିବାର (ଆଜି ଆନ୍ତର୍ଜାତୀୟ ଆର୍ଟ ଅଫ ଗିଭିଂ ଦିବସ)
୧-ଭୁବନେଶ୍ୱର: ରାଜ୍ୟରେ ୭୩୭ ଛୁଇଁଲା ସଂକ୍ରମଣ, ସୁସ୍ଥ ହେଲେଣି ୧୯୬।ଦେଶରେ ସଂକ୍ରମଣ ୮୬ହଜାର ଛୁଇଁଲା।
୨-ଭୁବନେଶ୍ୱର:ବଢ଼ିଲା ଭ୍ୟାଟ୍, ମହଙ୍ଗା ହେଲା ପେଟ୍ରୋଲ୍ ଓ ଡିଜେଲ୍, ଭାଟ ବୃଦ୍ଧି ପରେ ପେଟ୍ରୋଲ୍ ଦର ୩ଟଙ୍କା ୧୧ ପଇସା ଏବଂ ଡିଜେଲ୍ ଦର ୧ଟଙ୍କା ୦୩ ପଇସା ବୃଦ୍ଧି ପାଇଛି।
୩-ଆସନ୍ତା ଦୁଇ ସପ୍ତାହ ମଧ୍ୟରେ କରୋନା ଗାଇଡଲାଇନ୍ ଅନୁସାରେ ନବମ ଓ ଦଶମ ଶ୍ରେଣୀ ପାଠ୍ୟପୁସ୍ତକ ବିକ୍ରି କାର‌୍ୟ୍ୟ ସମାପ୍ତ କରିବାକୁ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା।
୪- ଏ ପର୍ଯ୍ୟନ୍ତ ବାହାର ରାଜ୍ୟଗୁଡ଼ିକରୁ ୧,୩୩,୨୪୫ ଜଣ ପ୍ରବାସୀ ଓଡ଼ିଶାକୁ ଫେରିଛନ୍ତି।
୫-ବାତ୍ୟା ଅମ୍ଫନ୍ – ମେ’ ୧୮ ସନ୍ଧ୍ୟାରୁ ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳର ଅଧିକାଂଶ ସ୍ଥାନରେ ବର୍ଷା,୨୦ରେ ଲ୍ୟାଣ୍ଡ ଫଲ।ଉତ୍ତର-ଓଡ଼ିଶା ଉପକୂଳରେ ଘଣ୍ଟା ପ୍ରତି ପବନର ବେଗ ୭୫-୮୫ କି.ମି. ସମ୍ଭାବନା ।
୬-କିରାସିନି ଯାଞ୍ଚ ହେବ କଡ଼ାକଡ଼ି : ଜିଲାପାଳଙ୍କୁ ଚିଠି ଲେଖିଲା ଯୋଗାଣ ବିଭାଗ।
୭-ସୁନା ଭରି ୪୮୦୦୦ ଟପିଲା,ରୂପା କିଲୋପ୍ରତି ୨୦୦୦ଟଙ୍କା ବଢ଼ିଲା।
୮-ପ୍ରବାସୀ ଶ୍ରମିକଙ୍କୁ ଖାଦ୍ୟଶସ୍ୟ ଯୋଗାଣ ଲାଗି ଆତ୍ମନିର୍ଭର ଭାରତ ଯୋଜନାର ଶୁଭାରମ୍ଭ।୮କୋଟି ପ୍ରବାସୀ ଶ୍ରମିକମାନଙ୍କୁ ଏହି ଯୋଜନାରେ ଖାଦ୍ୟଶସ୍ୟ ଯୋଗାଇ ଦିଆଯିବ।
୯-ବାତ୍ୟା ପାଇଁ ଓଡ୍ରାଫ୍ ୨୦ ଟି ଦଳ, ଏନ୍.ଡି.ଆର୍.ଏଫ୍ ର ୧୭ ଟି ଦଳ ଏବଂ ଅଗ୍ନି ଓ ବିପର‌୍ୟ୍ୟୟ ପରିଚାଳନାର ୩୩୫ ୟୁନିଟ୍ ପ୍ରସ୍ତୁତ।
୧୦-କେନ୍ଦ୍ରାପଡା ତନ୍ତିଆପାଳ ସାମୁଦ୍ରିକ ଥାନା ଅଞ୍ଚଳରେ ଅଭାବନୀୟ ଘଟଣା: ଘରୋଇ କଳି ପାଇଁ ନିଜ ସହ ଦୁଇ ଶିଶୁ ପୁତ୍ରଙ୍କୁ କିରୋସିନ ଢାଳି ନିଆଁ ଲଗାଇଦେଲେ ମହିଳା।
୧୧-ଆତ୍ମନିର୍ଭର ପ୍ୟାକେଜର ଚତୁର୍ଥ ପର‌୍ୟ୍ୟାୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଡ଼ ଘୋଷଣା : କୋଇଲା ଖଣିର ହେବ ଖୋଲା ନିଲାମ।
୧୨-ପଞ୍ଜାବରେ ମେ’ ୩୧ ପର୍ଯ୍ୟନ୍ତ ବଢିଲା ଲକ୍ ଡାଉନ୍ ଲକ୍ , ହଟିଲା କର୍ଫ୍ୟୁ।
୧୩-ପ୍ରତିରକ୍ଷା କ୍ଷେତ୍ରରେ ମେକ୍ ଇନ୍ ଇଣ୍ଡିଆକୁ ଗୁରୁତ୍ୱ । ସେନାକୁ ମିଳିବ ଅଧିକ ଶକ୍ତି, ଅତ୍ୟାଧୁନିକ ସହ ସ୍ୱଦେଶୀ ଅସ୍ତ୍ରଶସ୍ତ୍ର ପ୍ରସ୍ତୁତ କରିବ ଭାରତ । ପ୍ରତିରକ୍ଷା ପାଇଁ କେନ୍ଦ୍ରର ଅଲଗା ବଜେଟ ।

Leave A Reply

Your email address will not be published.