ଉଜୁଡି ଯାଇଛି ବେଉସା , ଚୁପ୍ ଏବେ ଗୁପ୍ ଚୁପ୍ ବେପାରି

0 547

ବାରଙ୍ଗ :୧୬/୫(ଏସଏସଏନ୍) କରୋନା ମହାମାରୀ ଯୋଗୁ ବିଶ୍ବ ଆଜି ଆତଙ୍କିତ । ସବୁଆଡେ ଆତଙ୍କର ବାତାବରଣ । ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ୫୦ ଦିନରୁ ଉର୍ଦ୍ଧ ଦିନ ହେଲାଣି ,ଦେଶ ତମାମ ତାଲା ବନ୍ଦ ।ଏହା ଭିତରେ କେତେକ ,ନିଜର କୈାଳିକ ବୃତ୍ତି ଯେପରି ଗୁପ୍ ଚୁପ୍ , ଝାଡୁ , ବିଜଣା ଆଦି ତିଆରି କରି ବଞ୍ଚୁଥିବା ଗରିବ ଲୋକମାନଙ୍କ ବେପାର ବୁଡିଗଲାଣି ।୫୦ ରୁ ଉର୍ଦ୍ଧଦିନ ହେବ ବ୍ୟବସାୟ ସମ୍ପୁର୍ଣ୍ଣ ଠପ୍ ହୋଇଯାଇଛି । ଲଗ୍ ଡାଉନ୍ ସେମାନଙ୍କ ପେଟକୁ ଲାତ ମାରିବା ସଦୃଶ ହୋଇଛି । ସେମାନଙ୍କ ଦୈନଦିନ ଜୀବନ ଜୀବିକା ଉଜୁଡି ଯିବାରୁ ବିଭିନ୍ନ ସମସ୍ୟାମାନ ଦେଖାଦେଉଛି ।

କଟକ ଜିଲ୍ଲା ବାରଙ୍ଗ ବ୍ଲକ ଦାଢାପାଟଣା ପଞ୍ଚାୟତ ବଙ୍ଗାଳିସାହି ଅଞ୍ଚଳରେ ୭୦ରୁ ଉର୍ଦ୍ଧ ପରିବାର ରୁହନ୍ତି । ଯେଉଁମାନଙ୍କର କୈାଳିକ ବୃତ୍ତି ଗୁପ୍ ଚୁପ୍ , ଝାଡୁ ଆଦି ତିଆରି କରି ପର୍ଯଟନସ୍ଥଳି ନନ୍ଦନକାନନ , ବାରଙ୍ଗ ବଜାର , ହାଟ ମାନଙ୍କରେ ବିକ୍ରି କରି ନିଜ ପରିବାର ର ପେଟ ପୋଷିଥାନ୍ତି ।ହେଲେ ସରକାର ଙ୍କ ଲକ୍ ଡାଉନ୍ ନିୟମ ଯୋଗୁଁ ସବୁ ବନ୍ଦ୍ ରହିଛି।ନାଁ ପାଖରେ ଅଛି ଟଙ୍କା , ନା ଅଛି ଖାଇବାକୁ ଖାଦ୍ୟ।ସରକାରଙ୍କ ପକ୍ଷରୁ ଯେଉଁ ସବୁ ରାସନ୍ ମିଳିଥିଲା ତାହା ପରିବାର ଚଳାଇବା ପାଇଁ ପର୍ଯ୍ୟାପ୍ତ ନୁହେଁ ବୋଲି କହିଛନ୍ତି ଅଞ୍ଚଳବାସୀ ।

ଯାହାଦ୍ଵାରା ଛୋଟ ଛୁଆ ଠୁ ଆରମ୍ଭ କରି ବୃଦ୍ଧ ବୃଦ୍ଧା ପର୍ଯ୍ୟନ୍ତ ସମସ୍ତେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଓଳିଏ ଖାଇଲେ ଆଉ ଗୋଟେ ଓଳି ଖାଇବାକୁ ପାଉନାହାନ୍ତି। ଯାହା ଫଳରେ ପରିବାର ସହ ଦୁର୍ଦ୍ଦିନରେ ଜୀବନ ବିତାଉଛନ୍ତି ଏହି ବ୍ୟବସାୟୀ ମାନେ। ଆଉ ଚୁପ୍ ହୋଇପଡିଛନ୍ତି ଗୁପ୍ ଚୁପ୍ ବେପାରୀ ।ତେବେ ଏମାନଙ୍କ ପ୍ରତି ସରକାରଙ୍କ ନଜର ଦେବାକୁ ସାଧାରଣରେ ମତପ୍ରକାସ ପାଇଛି ।

Leave A Reply

Your email address will not be published.