ମେ ୩୧ ଯାଏଁ ବଢ଼ିଲା ଲକଡାଉନ ଅବଧି,ବଦଳିଲା କଟକଣା

0 195

ନୂଆଦିଲ୍ଲୀ, ୧୭/୫(ଏସଏସନିୟୁଜ) ଲକଡାଉନ ୪.୦ ୧୪ ଦିନ ପାଇଁ ଲକଡାଉନ ଅବଧି ବଢାଇବାକୁ ନ୍ୟାସନାଲ ମ୍ୟାନେଜମେଣ୍ଟ ଡ଼ିଜାଷ୍ଟର ଅଥରିଟି ନିର୍ଦ୍ଦେଶ ଦେଇଛନ୍ତି ଜ୍ଝ କେନ୍ଦ୍ର ସରକାରଙ୍କ ସମସ୍ତ ମନ୍ତ୍ରାଳୟ ଓ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗକୁ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି । ମେ ୩୧ ଯାଏଁ ସାରା ଦେଶରେ ଲକଡାଉନର ଅବଧି ବଢିଛି ଜ୍ଝ ଡ଼ିଜାଷ୍ଟର ମ୍ୟାନେଜମେଣ୍ଟ ଆକ୍ଟ ୨୦୦୫ର ଧାରା ୬(୨) (ସ) ଅନୁଯାୟୀ ଦେଶରେ ଦେଖାଯାଇଥିବା କରୋନା ମହାମାରୀଙ୍କୁ ନେଇ ଲକଡାଉନ ଅବଧି ବଢାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।ସମସ୍ତ ରାଜ୍ୟ ଆସନ୍ତା ମେ ୩୧ ଯାଏଁ ଲକଡାଉନ ବଳବତ୍ତର ରଖିବାକୁ କୁହାଯାଇଥିବାବେଳେ ସ୍ବରାଷ୍ଟ୍ର ମନ୍ତ୍ରାଳୟକୁ ଗାଇଡ଼ଲାଇନ ପ୍ରସ୍ତୁତ କରିବାକୁ କୁହାଯାଇଛି ।
ଏଠାରେ  ସୂଚନା ଥାଉ କି ଏହା ପୂର୍ବରୁ ୭ଟି ରାଜ୍ୟ ଲକଡାଉନ ଅବଧି ବଢାଇବାକୁ ଘୋଷଣା କରିଥିଲେ । ନିଜ ରାଜ୍ୟରେ କରୋନା ସଂକ୍ରମଣକୁ ନିୟନ୍ତ୍ରଣରେ ରଖିବା ପାଇଁ ଆଜି ତାମିଲନାଡୁ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ ଓ କର୍ଣ୍ଣାଟକ ସରକାର ମେ ୩୧ ଯାଏଁ ଲକଡାଉନ ବଢ଼ାଇଛନ୍ତି । ଗତକାଲି ମିଜୋରାମ, ପଞ୍ଜାବ ଓ ତେଲେଙ୍ଗାନା ସରକାର ମଧ୍ୟ ସେମାନଙ୍କ ନିଜ ନିଜ ରାଜ୍ୟରେ ଲକଡାଉନ ଅବଧିକୁ ବଢାଇଥିଲେ ।

ଚତୁର୍ଥ  ପର୍ଯ୍ୟାୟ ଲକ୍‌ଡାଉନ ପାଇଁ କେନ୍ଦ୍ରର ଗାଇଡ୍‌ଲାଇନ୍,ଜାଣନ୍ତୁ କଣ ସବୁ ବଦଳିଲା କଟକଣା –
ସାରା ଦେଶରେ ବନ୍ଦ ରହିବ ସବୁ ପ୍ରକାରର ଯାତ୍ରୀ ପରିବହନ, ସିନେମା, ଜିମ୍, ସପିଙ୍ଗ ମଲ୍ ବନ୍ଦ ରହିବ, କଣ୍ଟେନମେଣ୍ଟ ଜୋନ୍‌କୁ ଛାଡ଼ି ଅନ୍ୟ ସବୁଠି ଯାନବାହନ ଚାଲିପାରିବ, ବୁଝାମଣା ଭିତ୍ତିରେ ହୋଇପାରିବ ଅନ୍ତଃରାଜ୍ୟ ବସ୍ ଚଳାଚଳ ରାତ୍ରିକାଳୀନ କର୍ଫ୍ୟୁ ବଳବତ୍ତର । ସନ୍ଧ୍ୟା ୭ରୁ ସକାଳ ୭ ଯାଏଁ କର୍ଫ୍ୟୁ ଲାଗି ରହିବ ଓ ଏହି ସମୟ ଭିତରେ ସାଧାରଣ ଲୋକଙ୍କ ଘରୁ ବାହାରିବା ଉପରେ କଟକଣା । ଜରୁରୀ ସେବାରେ ବାହାରକୁ ଯାଇହେବ ଓଅର୍ନ୍ତଜାତୀୟ ଓ ଘରୋଇ ବିମାନ ସେବା ବନ୍ଦ ରହିବ ଓରେଷ୍ଟୁରାଣ୍ଟ ବନ୍ଦ, କେବଳ ପାର୍ସଲ ଦେଇପାରିବେ । ସାମାଜିକ, ସାଂସ୍କୃତିକ, ରାଜନୈତିକ, ଧର୍ମୀୟ ସମାବେଶ ଉପରେ କଟକଣା ଓଧର୍ମାନୁଷ୍ଠାନରେ ସାଧାରଣ ଲୋକଙ୍କ ପ୍ରବେଶ ଉପରେ କଟକଣା । କୌଣସି ଦୋକାନରେ ଏକ ସମୟରେ ୫ରୁ ଅଧିକ ଗରାଖ ରହିପାରିବେନି ଓ ଗରାଖଙ୍କ ମଧ୍ୟରେ ଅନ୍ୟୂନ ୬ ଫୁଟ୍ର ଦୂରତା ରଖିବାକୁ ଦୋକାନୀ ବାଧ୍ୟ । ୬୫ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଓ ଗର୍ଭବତୀ ମହିଳା, ୧୦ ବର୍ଷରୁ କମ ବୟସର ଶିଶୁ ଘରେ ରହିବା ଜରୁର.ଆବଶ୍ୟକ କାମ ନଥିଲେ ଘରୁ ନବାହାରିବାକୁ ପରାମର୍ଶ । ଅନ୍ତିମ ସଂସ୍କାରରେ ୨୦ ରୁ ଅଧିକ ଲୋକ ଯାଇପାରିବ ଓ ବାହାଘରରେ ୫୦ ଜଣ ଯୋଗ ଦେଇପାରିବେ । ଜୋନ୍ ସ୍ଥିର କରିବାର କ୍ଷମତା ରାଜ୍ୟକୁ ଦେଲେ କେନ୍ଦ୍ର ସରକାର ଓ କେଉଁ ସ୍ଥାନ ରେଡ, ଅରେଞ୍ଜ ଓ ଗ୍ରୀନ ଜୋନ୍‌ରେ ରହିବ ସ୍ଥିର କରିବେ ରାଜ୍ୟ ସରକାର ଓ ସର୍ବସାଧାରଣ ସ୍ଥାନରେ ମଦ,ପାନ,ଗୁଟଖା ଖାଇବା ମନା।

Leave A Reply

Your email address will not be published.