ପାରାଦୀପରେ କରୋନା ବିସ୍ଫୋରଣ

ସକାଳର ଖବର,ତାରିଖ ୨୯/୦୩/୨୦୨୧,ସୋମବାର

0 331

➡️୧-ଆଜି ଫଗୁ ଓ ରଙ୍ଗ ସହିତ ଆନନ୍ଦ ଉଲ୍ଲାସର ହୋଲି ପର୍ବ, ଏହି ଅବସରରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀଙ୍କ ସମେତ କେନ୍ଦ୍ରମନ୍ତ୍ରୀ ।
➡️୨-ଜାତୀୟ ସ୍ତରରେ ଇଂରାଜୀ ଦୈନିକ ଖବର କାଗଜ ଇଣ୍ଡିଆନ୍ ଏକ୍ସପ୍ରେସ୍‌ର ୨୦୨୧ର ଦେଶରେ ୧୦୦ ଜଣ ପ୍ରଭାବ ବିସ୍ତାର କରିଥିବା ବ୍ୟକ୍ତିଙ୍କ ପ୍ରକାଶିତ ତାଲିକାରେ ୪ ଜଣ ଓଡ଼ିଆ ସ୍ଥାନ।
➡️୩-ରାଜ୍ୟରେ ୫ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ : କାଳବୈଶାଖୀ ନେଇ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ।
➡️୪-ଭାରତ ସଡ଼କରେ ଚାଲୁଛନ୍ତି ୨୦ ବର୍ଷରୁ ପୁରୁଣା ୪ କୋଟିରୁ ଅଧିକ ବାହନ, ଏଣିକି ଗ୍ରୀନ ଟ୍ୟାକ୍ସ ଲାଗି ସରକାରଙ୍କ ପ୍ରସ୍ତୁତି ।
➡️୫-ଘାସରୁ ପ୍ରସ୍ତୁତ ହେଉଛି ତେଲ । ବିରଳ ପାମାରୋସା ଓ ଲେମନଗ୍ରାସ ଚାଷ କରି ଚର୍ଚ୍ଚାରେ ବୌଦ୍ଧର ଚାଷୀ । ୩ବର୍ଷ ହେବ ଚାଷ କରି ହେଉଛନ୍ତି ଲାଭବାନ୍  ।
➡️୬-ପାରାଦୀପରେ କରୋନା ବିସ୍ଫୋରଣ, ଟୁଟି କୋରିନ ବନ୍ଦରରୁ ଆସିଥିବା ଏକ ଜାହାଜରୁ ୧୪ ପଜିଟିଭ୍ ଚିହ୍ନଟ ।
➡️୭-ପିପିଲି ଉପ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । ଅଜିତ ମଙ୍ଗରାଜକୁ ହେଲେ ପିପିଲିର କଂଗ୍ରେସ ପ୍ରାର୍ଥୀ ।
➡️୮-କେଜ୍ରିଓାଲଙ୍କୁ ଝଟ୍‌କା, ଦିଲ୍ଲୀରେ LG(ଉପରାଜ୍ୟପାଳ)ଙ୍କୁ ଅଧିକ କ୍ଷମତା ମିଳିବା ଆଇନକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ।
➡️୯-ମହାରାଷ୍ଟ୍ରରେ ପୁଣି ଥରେ ହେବ ଲକଡାଉନ ! ଏସଓପି ତିଆରି କରିବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ।
➡️୧୦-ବିଶ୍ୱର ସବୁଠାରୁ ବଡ କାନଭାସ ପେଣ୍ଟିଙ୍ଗ, ଚିତ୍ରଶିଳ୍ପୀଙ୍କୁ ମିଳିଲା ୪୫୦ କୋଟି ଟଙ୍କା ।
➡️୧୧-ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍ ମୋରିସନ ବନ୍ଧୁ ମୋଦିଙ୍କୁ ଜଣାଇଲେ ହୋଲି ଅଭିନନ୍ଦନ, ଭାରତୀୟ ପରମ୍ପରାର କଲେ ଉଚ୍ଚ ପ୍ରଶଂସା ।
➡️୧୨-ପାକିସ୍ତାନରେ ଥିବା ହିନ୍ଦୁ ସମ୍ପ୍ରଦାୟଙ୍କୁ ହୋଲି ପାଇଁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ।
➡️୧୩-ଡେନ୍‍ମାର୍କରେ ପହଞ୍ଚିଲା ଜାତିସଂଘ ଶାନ୍ତିସେନା ପାଇଁ ଭାରତ ପଠାଇଥିବା ୨ ଲକ୍ଷ ଡୋଜ୍‍ କୋଭିଡ୍‍ ଟିକା ।
➡️୧୪-ଆବୁଧାବିରେ ନିର୍ମାଣ ଚାଲିଛି ପ୍ରଥମ ହିନ୍ଦୁ ମନ୍ଦିର, ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟ ଶେଷ, ହିନ୍ଦୁ ମନ୍ଦିର ପ୍ରକଳ୍ପରେ କାମ କରୁଥିବା ଇଞ୍ଜିନିୟର ଅଶୋକ କୋଣ୍ଡେଟିଙ୍କ ସୂଚନା ।
➡️୧୫-ଏଣିକି ଫ୍ଲିପକାର୍ଟ୍ ଓଡ଼ିଆ ଭାଷାରେ ଉପଲବ୍ଧ ହେବ ।
➡️୧୬-ଖୁବ ଶୀଘ୍ର ଆସିବ ଆଉ ୧୦ ଟି ରାଫେଲ ବିମାନ: ବଢିବ ଭାରତୀୟ ବାୟୁ ସେନାର ଶକ୍ତି ।
➡️୧୭-ଶେଷ ଦିନିକିଆରେ ଇଂଲଣ୍ଡକୁ ୭ ରନ୍‌ରେ ପରାସ୍ତ କରି ହୋଲି ଉପହାର ଦେଲା ଭାରତ, ୨-୧ରେ ଜିତିଲା ସିରିଜ୍ ।
➡️ଅଧିକ ସତର୍କ ରହିବା ଦରକାର,କୋଭିଡ୍ ନିୟମ କଡ଼ାକଡ଼ି ପାଳନ କରିବା,ମାସ୍କ ପିନ୍ଧିବା, ଶାରୀରିକ ଦୂରତା ରଖିବା ଓ ନିୟମିତ ହାତ ଧୋଇବା । ଶୁଭ ସକାଳ,ସୁପ୍ରଭାତ ।
ପବିତ୍ର ବସନ୍ତ ପଞ୍ଚମୀ ଅଥବା ରଙ୍ଗର ପର୍ବ ହୋଲି ଉତ୍ସବରେ ଆପଣଙ୍କ ପରିବାରର ସମସ୍ତ ସଦସ୍ୟଙ୍କୁ ଅନେକ୍ ଅନେକ୍ ଶୁଭେଛା ଓ ଶୁଭକାମନା ।।

Leave A Reply

Your email address will not be published.