ଆଜିର ଅନୁଚିନ୍ତା

ତାରିଖ : ୨୯-୦୩-୨୦୨୧

0 280

ନ୍ଦେହର କୌଣସି ଚିକିତ୍ସା ନାହିଁ, ଚରିତ୍ରର କୌଣସି ପ୍ରମାଣ ନାହିଁ, ମୌନ ରହିବା ଠାରୁ କୌଣସି ଭଲ ପ୍ରୟାସ ନାହିଁ ଆଉ ଶବ୍ଦ ଠାରୁ କଡା ବାଣୀ କିଛି ନାହିଁ ।
ହାରିଗଲେ ମଣିଷ କେବେ ବି ଦୁର୍ବଳତା ହୋଇ ନ ଥାଏ ।ଦୁର୍ବଳତା ସେତେବେଳେ ହୋଇଥାଏ ଯେତେବେଳେ ସେ ଚେଷ୍ଟା କରି ନ ଥାଏ ।
ହା ନିଶ୍ଚୟ ପରୀକ୍ଷା କରି ନିଅନ୍ତୁ ଯେ ଜୀବନରେ ଯେଉଁ ଲୋକମାନେ ଆପଣଙ୍କଠାରୁ ଦୂରେଇବାକୁ ଚାହୁଁଛନ୍ତି, ସେମାନେ ପ୍ରଥମେ ପ୍ରଥମେ ଆପଣଙ୍କୁ କୌଣସି ଏକ ମାଧ୍ୟମରେ ଦୋଷୀ କରି ଦିଅନ୍ତି ଓ ପରେ ନିଜ ଦୋଷ ଅନ୍ୟ ଉପରେ ଲଦି ଦେଇ ଦୂରେଇ ଯାଆନ୍ତି ।
ହା ନିଶ୍ଚୟ ମନେ ରଖନ୍ତୁ ଯେ ଜୀବନରେ ଅତୀତକୁ ସମୀକ୍ଷା କରି , ଭବିଷ୍ୟତ ପାଇଁ ପ୍ରସ୍ତୁତ ହେବାକୁ ସବୁଠାରୁ ସୁନ୍ଦର ସମୟ ହେଉଛି ବର୍ତ୍ତମାନ ।
ଯିଏ ଯେତେ ବଡ ଯୋଦ୍ଧା ହୋଇ ଥାଉନା କାହିଁ, ମନ ଭିତରେ ଛୋଟ ଅହଙ୍କାର ଟିକୁ, ଭଗବାନ କେବେ ବି ବରଦାସ୍ତ କରନ୍ତି ନାହିଁ କାରଣ, ସେ ସବୁବେଳେ ତାଙ୍କ ଭକ୍ତ ଉପରେ ନଜର ରଖି ଥାନ୍ତି, ଟିକେ ଭୁଲ୍ କଲେ ଠିକ୍ ବାଟକୁ ନେଇ ଆଣିଥାନ୍ତି ।
ରୂପ ଠାରୁ ଚରିତ୍ର ବଡ,ପ୍ରେମ ଠାରୁ ତ୍ୟାଗ ବଡ ଓ ଧନ ଠାରୁ ମାନବିକତା ବଡ ।ହେଲେ ସୁନ୍ଦର ସମ୍ପର୍କ ଠାରୁ ବଡ ଏ ଦୁନିଆରେ କିଛି ବି ନାହିଁ ।
ରଙ୍ଗ ସହ ଜଡିତ ତଥ୍ୟ
ହୋଲି ରଙ୍ଗ ଓ ଖାଦ୍ୟପେୟର ପର୍ବ ଅଟେ। ମାତ୍ର ଆପଣ ହୁଏତ ଜାଣି ନଥିବେ ହୋଲିର ବୈଜ୍ଞାନିକ କାରଣ ମଧ୍ୟ ରହିଛି। ବୈଜ୍ଞାନିକ ମାନଙ୍କ ମତାନୁଯାୟୀ ହୋଲିରେ ବ୍ୟବହାର ହେଉଥିବା ଭିନ୍ନ ଭିନ୍ନ ରଙ୍ଗ ଏକ ପ୍ରକାରର ଥେରାପି ଭଳି କାର୍ୟ୍ୟ କରିଥାଏ। ଭିନ୍ନ ଭିନ୍ନ ରଙ୍ଗ ଶରୀର ଓ ମସ୍ତିଷ୍କକୁ ସନ୍ତୁଳତି କରିଥାଏ। ଏହି ରଙ୍ଗର ଥେରାପି ଖୁସିର ମଧ୍ୟ ଏକ ଅଂଶ ଅଟେ।
ଲାଲ ରଙ୍ଗ –ପ୍ରତ୍ୟେକ ରଙ୍ଗ ପ୍ରକୃତିର ରଙ୍ଗ ସହ ଜଡ଼ିତ। ଲାଲ ରଙ୍ଗ ଆଖିକୁ ଶାନ୍ତି ପ୍ରଦାନ କରିଥାଏ। ହରମୋନକୁ ସନ୍ତୁଳିତ କରିବା ସହ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ। ଏହାସହ ଅନିଦ୍ରା, ଦୁର୍ବଳ, ରକ୍ତ ସହ ସମ୍ବନ୍ଧିତ ରୋଗରୁ ମଧ୍ୟ ରକ୍ଷା କରିଥାଏ।
ହଳଦିଆ ରଙ୍ଗ – ଏହି ରଙ୍ଗ ମାନସିକ ଉତ୍ତେଜନାକୁ କମ କରିଥାଏ। ପେଟ , ଚର୍ମ ସମ୍ବନ୍ଧୀୟ ସମସ୍ୟା, ମାଂସପେଶୀକୁ ମଧ୍ୟ ଶକ୍ତ କରିଥାଏ।
ନୀଳ ରଙ୍ଗ – ଏହି ରଙ୍ଗକୁ ଥଣ୍ଡା ରଙ୍ଗ ବୋଲି କୁହାଯାଏ। ଏହା ରକ୍ତ ଚାପକୁ ନିୟନ୍ତ୍ରଣ କରିଥାଏ। ରଙ୍ଗ ଥେରାପିରେ ଏହାର ବ୍ୟବହାର ମୁଣ୍ଡ ବିନ୍ଧା ଭଳି କେତେକ ସମସ୍ୟାର ସମାଧାନ କରିଥାଏ।
ନାରଙ୍ଗୀ – ଏହି ରଙ୍ଗ ଆଜ୍ଜା, କିଡ଼ନୀ ସମ୍ବନ୍ଧୀୟ ସମସ୍ୟାର ସମାଧାନ କରିଥାଏ।
ହୋଲି ପର୍ବର ହାର୍ଦ୍ଦିକ ଅଭିନନ୍ଦନ, ଜୟ ଜଗନ୍ନାଥ

Leave A Reply

Your email address will not be published.