ନିଲମ୍ବିତ ହେଲେ ଶରତ ଥାନା ଓଆଇସି

0 353

ମୟୂରଭଞ୍ଜ,୨୯/୩(ଏସଏସନିୟୁଜ) ମୟୂରଭଞ୍ଜ ଜିଲ୍ଲାର ଶରତ ପୋଲିସ ଷ୍ଟେସନର ସବ୍ ଇନ୍ସପେକ୍ଟର ରେନା ବାକ୍ସଲଙ୍କୁ ଅସଦାଚରଣ ଏବଂ କର୍ତ୍ତବ୍ୟ ଅବମାନନା ଅଭିଯୋଗରେ ଜିଲ୍ଲା ଏସପି ମାର୍ଚ୍ଚ ୨୮ ରେ ନିଲମ୍ବିତ କରିଛନ୍ତି।
ରବିବାର ଦିନ ସକାଳେ ସରାଟ ପୋଲିସ ଷ୍ଟେସନ ଅଞ୍ଚଳରେ ହେଲମେଟ ଯାଞ୍ଚ ଚାଲିଥି ବାବେଳେଗୁରୁବାରୀ ବିରୁଲି ନାମକ ଗର୍ଭବତୀ ମହିଳା ତାଙ୍କ ସ୍ୱାମୀ ବିକ୍ରମ ବିରୁଲିଙ୍କ ସହ ମୋଟରସାଇକେଲରେ ନୋଟା ପଞ୍ଚାୟତରୁ ଉଦଲା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ଯାଉଥିଲେ।ଗୁରୁବାରୀ ହେଲମେଟ ପିନ୍ଧି ନ ଥିବାରୁ ପୋଲିସ ବିକ୍ରମଙ୍କୁ ଜରିମାନା ଦେବାକୁ କହିଥିଲେ।ପର୍ଯ୍ୟାପ୍ତ ଅର୍ଥ ନ ଥିବାରୁ ବିକ୍ରମ ଅନଲାଇନରେ ଜରିମାନା ଦେବାକୁ ରାଜି ହୋଇଥିଲେ ମଧ୍ୟ ପୋଲିସ ସେମାନଙ୍କ ଅନୁରୋଧକୁ ଗ୍ରହଣ କରିନଥିଲେ। ତାଙ୍କ ପତ୍ନୀ ଗର୍ଭବତୀ ଥିବାରୁ ବିକ୍ରମ ସେମାନଙ୍କୁ ନିବେଦନ କରିଥିଲେ ମଧ୍ୟ ତାଙ୍କ କଥାକୁଗୁରୁତ୍ୱ ଦେଇନଥିଲେ ପୋଲିସ ।ଏହା କୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲେ ମଧ୍ୟ ପୋଲିସ ଗୁରୁବାରୀଙ୍କୁ ଛାଡି ବିକ୍ରମଙ୍କୁ ପୋଲିସ ଷ୍ଟେସନକୁ ନେଇଥିଲା।ସେଠାରେ ଓଆଇସି ରେନା ବାକ୍ସଲ ବିକ୍ରମଙ୍କ ମୋଟରସାଇକେଲ ଏବଂ ମୋବାଇଲ ଫୋନକୁ ଜବତ କରି ଚାରି ଘଣ୍ଟା ପାଇଁ ଅଟକ ରଖିଥିଲେ। ୮ ମାସର ଗର୍ଭବତୀଥିବା ଗୁରୁବାରୀ ପୋଲିସ ଷ୍ଟେସନରେ ପହଞ୍ଚିବା ପାଇଁ ତିନି କିଲୋମିଟର ଚାଲି କରି ଯିବାକୁ ପଡିଥିଲା । ଏହାକୁ ନେଇ ଓଆଇସିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଏସପିଙ୍କ ନିକଟରେ ଅଭିଯୋଗ କରିଥିଲେ ସ୍ୱାମୀସ୍ତ୍ରୀ ଗର୍ଭବତୀ ମହିଳାଙ୍କୁ ଏତେ ବାଟ ଚଲାଇବାରୁ ଓଆଇସିଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି ଏସପି ।

Leave A Reply

Your email address will not be published.