ପରିବାର ଲୋକ ନେଲେ ପୋଷ୍ଟମର୍ଟମ ରିପୋର୍ଟ

0 216

ଭୁବନେଶ୍ୱର,୨୬/୭(ଏସଏସନିୟୁଜ) ଏସିଏଫ୍ ସୌମ୍ୟ ମହାପାତ୍ରଙ୍କ ମୃତ୍ୟୁର ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଅନୁଯାୟୀ ପୋଡି ଯାଇଥିବା କାରଣରୁ ହିଁ ହୋଇଛି । ଶରୀରର ୯୫ ପ୍ରତିଶତ ଅଂଶ ପୋଡି ଯାଇଥିବା କାରଣରୁ ସୌମ୍ୟଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି । ସୌମ୍ୟଙ୍କ ପାକସ୍ଥଳୀ ସମ୍ପୂର୍ଣ୍ଣ ଭାବରେ ଖାଲି ରହିଥିବା ନେଇ ପୋଷ୍ଟମର୍ଟମ ରିପୋର୍ଟରେ ଉଲ୍ଲେଖ କରାଯାଇଛି । ପାକସ୍ଥଳୀରୁ କୌଣସି ଗନ୍ଧ ଆସୁନଥିବା ମଧ୍ୟ କୁହାଯାଇଛି । ଏହା ସହିତ ଶବ ବ୍ୟବଚ୍ଛେଦର ୬ ଘଣ୍ଟା ପୂର୍ବରୁ ସୌମ୍ୟଙ୍କର ମୃତ୍ୟୁ ହୋଇଥିବା ନେଇ କୁହାଯାଇଛି । ସୋମବାର ମର୍କତନଗର ଥାନା ପକ୍ଷରୁ ସୌମ୍ୟଙ୍କ ପରିବାରକୁ ପୋଷ୍ଟମର୍ଟମ ରିପୋର୍ଟ ହସ୍ତାନ୍ତର କରାଯାଇଛି ।

Leave A Reply

Your email address will not be published.