ପରୀକ୍ଷା ଦେବା ପୂର୍ବରୁ ଆତ୍ମହତ୍ୟା!

ଧାମନଗର,୨୩।୨(ଏସଏସନିଉଜ)ଆଜି ଜଣେ ମାଟ୍ରିକ ପରୀକ୍ଷାର୍ଥୀ ଅଭିଷେକ ପଣ୍ଡାପରୀକ୍ଷା ଦେବାକୁ ଯିବା ପୂର୍ବରୁ ଆତ୍ମହତ୍ୟା କରିଥିବା ଜଣାଯାଇଛି। ମୃତ ଛାତ୍ର ହେଉଛନ୍ତି ମୟୁରଭଞ୍ଜ ଜିଲ୍ଲାର ଉଦଳାସ୍ଥିତ ରାଢ଼ ଗ୍ରାମର।ସେ ଭଦ୍ରକଜିଲ୍ଲା ଧାମନଗରଥାନା ଅଧୀନ ଜାହାଙ୍ଗୀର ଶାସନ ଗାଁରେ ନିଜ ମାଉସୀଙ୍କ ଘରେ ରହିପଢୁଥିଲେ।ଆଜି ମାଉସୀଙ୍କ ଶାଢ଼ୀରେ ଫାଶୀ ଦେଇ ଆତ୍ମହତ୍ୟା କରିଥିବା ସୂଚନା ରହିଛି। ମୃତ ଅଭିଷେକ ପ୍ରଥମ ଦିନମାଟ୍ରିକପରୀକ୍ଷାର ସାହିତ୍ୟ ପରୀକ୍ଷା ଦେଇଥିଲେ। ଆଜି ସକାଳୁ କବାଟ ନ ଖୋଲିବାରୁ ଘର ଲୋକେ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ପହଞ୍ଚି ଘର ଭିତରୁ ଝୁଲନ୍ତା ମୃତଦେହ ଉଦ୍ଧାର କରିଥିଲା।ତେବେ ଆତ୍ମହତ୍ୟାର ପକୃତ କାରଣ ଜଣାପଡିନାହିଁ।

- Advertisement -

Leave A Reply

Your email address will not be published.