ପରଲୋକରେ ରଜତ କର,ଶୋକବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

0 357

ଭୁବନେଶ୍ୱର,୮/୫(ଏସଏସନିଉଜ) ମାହାଙ୍ଗା ର ଆଉଜଣେ ବରପୁତ୍ର ପଦ୍ମଶ୍ରୀ ସମ୍ମାନ ରେ ସମ୍ମାନିତ ରଜତ କରଙ୍କର ପରଲୋକ ହୋଇଛି। ବିଶିଷ୍ଟ ସାହିତ୍ୟିକ,ବାଗ୍ମୀ ରଜତକରଙ୍କର ୮୮ ବୟସ ରେ ଆଜି ସନ୍ଧ୍ୟାରେ ଏକ ଘରୋଇ ଚିକିତ୍ସାଳୟରେ ପରଲୋକ ଘଟିଛି । ସ୍ବର୍ଗତ ରଜତ କରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି . ଶୋକବାର୍ତ୍ତା ରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ବର୍ଗତ ରଜତ କର ଓଡ଼ିଆ ସାରସ୍ୱତ ଜଗତକୁ ବହୁ ଭାବରେ ସମୃଦ୍ଧ କରିଯାଇଛନ୍ତି ।
ଭଞ୍ଜ ସାହିତ୍ୟରେ ତାଙ୍କର ଅଗାଧ ପାଣ୍ଡିତ୍ୟ ଥିଲାାଓଡ଼ିଆ ସଂସ୍କୃତି ଓ ପରମ୍ପରା ବିଶେଷ କରି ଜଗନ୍ନାଥ ସଂସ୍କୃତି ର ପ୍ରଚାର ପ୍ରସାର ରେ ତାଙ୍କର ଅବଦାନ ପାଇଁ ସେ ସବୁବେଳେ ସ୍ମରଣୀୟ ହୋଇ ରହିବୋତାଙ୍କ ବିୟୋଗରେ ଓଡିଶା ଜଣେ ସୁଯୋଗ୍ୟ ସନ୍ତାନକୁ ହରାଇଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।ଶୋକ ସନ୍ତପ୍ତ ପରିବାର କୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇବା ସହ ପରଲୋକ ଗତ ଆତ୍ମାର ସଦଗତି କାମନା କରିଛନ୍ତି ।ସେହିଭଳିଭାବେ ବାରଙ୍ଗବ୍ଲକ୍ କଳା ସଂସ୍କୃତି ସଂଘ ଉପାଦକ୍ଷ ଗୁରୁଚରଣ ଷଡ଼ଙ୍ଗୀ ଡକ୍ଟର ରଜତ କରଙ୍କ ଆତ୍ମାର ସଦ୍ ଗତି କାମନା କରିଛନ୍ତି ।

Leave A Reply

Your email address will not be published.