ପାଟପୁର ଗ୍ରାମବାସୀଙ୍କୁ ଭଗବାନ ଭରସା

ପାଣି ପାଇଁ ରାଜରାସ୍ତାରେ ଗ୍ରାମବାସୀ

କଟକ,୨୩ା୩(ଏସଏସନିଉଜ)ପିିଇବା ପାଣି ଠିକଭାବେ ନମିଳିବା ପ୍ରତିବାଦରେ ସୋମବାର ଦିନ ବାରଙ୍ଗ ପାଟପୁର ଗ୍ରାମବାସୀ ତ୍ରିଶୁଳିଆ-ବାଙ୍କି ରାସ୍ତାକୁ ପାଟପୁର ଗାଁମୁଣ୍ଡରେ ଅବରୋଧ କରିଥିଲେ ।ପ୍ରାୟ ୩ଘଂଟାକାଳ ରାସ୍ତା ଅବରୋଧ କରିବାପରେ ଯାତାୟତରେ ବାଧା ଦେଖାଦେଇଥିଲା ।ଶହଶହ ଗାଡିମଟର ଉଭୟପାଶ୍ୱର୍ରେଅଟକିରହିଥିଲା।ଖବରପାଇ ବାରଙ୍ଗଥାନାପୋଲିସ ଓ ଏସିପି ଘଟଣାସ୍ଥଳରେପହଁଚି ଉତ୍ୟକ୍ତଗ୍ରାମବାସୀମାନଙ୍କୁ ବିଝାସୁଜା କରି ସ୍ଥାୟୀ ପାନୀୟଜଳ ଯୋଗାଣର ପ୍ରତିଶୃତିଦେବାପରେ ରାସ୍ତା ଅବରୋଧ ଉଠିଥିଲା ।
ପ୍ରକାସଯେ,ବାରଙ୍ଗବ୍ଲକର ପାଟପୁରଗ୍ରାମର ସାମଲସାହି ଓ ଶବରସାହିରେ ରହୁଥିବା ପ୍ରାୟ୧୦୦ରୁଉର୍ଦ୍ଧ ପରିବାର ପିଇବାପାଣିପାଇଁ ଦୀର୍ଘବର୍ଷ ହେବ ହଇରାଣ ହେଉଛନ୍ତି।ବିଶେଷକରି ଖରାଦିନ ଆସିଲେ ଜଳସମସ୍ୟା ଏଠାରେ ଉକ୍ତଟରୁପ ଧାରଣକରିଥାଏ ।ଯଦିଓ ଗ୍ରାମରେ ପାନୀୟଜଳ ଯୋଗାଣ ପାଇଁଆଗରୁ ଟ୍ୟୁବେଓଲରହିଛି କିନ୍ତୁ ଏଥରୁ ବହାରୁଥିବା ଲୁହାଅଂଶପାଣି ପିଇବାପାଇଁ ଅନୁପଯୁକ୍ତହୋଇପଡିଛି ବୋଲି ଗ୍ରାମବାସୀମାନେ ଅଭିଯୋଗ ଆଣିଛନ୍ତି ।ଯାହାଫଳରେ ଗ୍ରାମବାସୀମାନେ ସିଏମସି ଅଧିନରେ୧କିମି ଦୁରରେ ଥିବା ୩ନଂଓାର୍ଡରେଥିବା ବେଂଟକାରପଡାଗ୍ରାମ ଉପରେ ନିର୍ଭର କରିଥାନ୍ତି ।ଏହାସହ ଗାଡିଆପୋଖରୀ ମଧ୍ୟ ଗ୍ରାମବାସୀାନଙ୍କ ପାଇଁସାହାରା ସାଜିଥାଏ ।ଅନ୍ୟପଟେ ଗାଁପାଖରେ ବ୍ରାହ୍‌ଣିଗାଁରେ ବସୁଧାଯୋଜନାରେ ହୋଇଥିବା ୧ଲକ୍ଷ ଲିଟରେ କ୍ଷମତାସର୍ମ୍ପନ ଉଚ୍ଚ ପାଣିଟାଙ୍କିରୁ ଉକ୍ତଗ୍ରାମକୁ ପାନୀୟଜଳ ଯୋଗାଣ ହୋଇଛି କିନ୍ତୁ ଠିକଭାବେ ପାଣି ଆସୁନଥିବାରୁ ପୁର୍ବଭଳି ପାଣିସମସ୍ୟା ଦେଖାଦେଇଛି ।ଏହାର ସ୍ଥାୟୀପ୍ରତିିକାର ପାଇଁ ଲୋକପ୍ରତିନିଧିମାନଙ୍କଠାରୁ ଆରମ୍ଭ କରି ବ୍ଲକପ୍ରଶାସନର ଦୃଷ୍ଟିଆକର୍ଷଣ ପର୍ଯ୍ୟାୟକ୍ରମେ ଗ୍ରାମବାସୀମାନେ କରିଥିଲେ

ମଧ୍ୟ କୈାଣସି ସମାଧାନ ହୋଇପାରିନାହିଁ ।ଏହାର ପ୍ରତିବାଦରେ ପିଇବାପାଣି ଯୋଗାଣର ସ୍ଥାୟୀ ନିରାକରଣ ପାଇଁ ସୋମବାର ସକାଳ୧୦ଟାରେ ଗ୍ରାମବାସୀମାନେ ଗାଁମୁଣ୍ଡରେ ତ୍ରିଶୁଳିଆ-ବାଙ୍କି ରାସ୍ତାରେ ହାଣ୍ଡିମାଠିଆ,ବାଲଟି ରଖିବା ସହ ରାସ୍ତାଉପରେ ଶୋଇରହି ପ୍ରତିବାଦ କରିଥିଲେ । ରାସ୍ତାରୋକ ଫଳରେ ଉଭୟ ପଟରେ ଶହଶହଗାଡିମଟର ଅଟକିରହିଯାତାୟାତ ଠପ ହୋଇଯାଇଥିଲ।।ଗ୍ରାମବାସୀମାନେ ହେପ୍ରଭୁ!ପାଣିଟିକେ ଦେ… ବୋଲି କହିନାରା ଦେଇଥିଲେ ।ଖବରପାଇ ଜୋନ-୪ଏସିପି ଅମିତାଭ ମହାପାତ୍ର ଓ ବାରଙ୍ଗଥାନା ଆଇଆଇସି ଦେବେନ୍ଦ୍ର ବିଶ୍ୱାଳ ସଦଳବଳେ ଘଟଣାସ୍ଥଲରେ ପହଁଚି ଉତ୍ୟକ୍ତ ଗ୍ରାମବାସୀମାନଙ୍କୁ ବୁଝାସୁଜା କରିଥିଲେ ।କିନ୍ତୁ ଗ୍ରାମବାସୀମାନେ ଗ୍ରାମକୁ ଜଳ ଯୋଗାଣର ସ୍ଥାୟୀପ୍ରତିକାର ପାଇଁଦାବୀ କରିବସିଥିଲେ ।ଶେଷରେ ଗ୍ରାମିଣ ଜଳ ଯୋଗାଣବିଭାଗର (ଆରଡବ୍ଲ୍ୟୁଏସଏସ)ର କାର୍ଯ୍ୟନିର୍ବାହୀଯନ୍ତ୍ରୀ ଘଟଣା ସ୍ଥଳରେ ପହଁଚି ପ୍ରାଥମିକ ପର‌୍ୟ୍ୟାୟରେ ପାଣିଟ୍ୟାଙ୍କରରେ ସମସ୍ତଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦିଆଯିବ। ପରବର୍ତ୍ତୀ ସମୟରେ ମଣ୍ଡଳୀ ଠାରେ କାର‌୍ୟ୍ୟ ଚାଲିଥିବା ମେଗା ପାନୀୟଜଳ ଯୋଗାଣପ୍ରକଳ୍ପରୁ ସମସ୍ତଙ୍କୁ ପାଣି ଯୋଗାଇ ଦିଆଯିବ ବୋଲି।ପ୍ରତିଶୃତି ଦେବାପରେ ଗ୍ରାମବାସୀ ଆଶ୍ୱସ୍ତି ଲାଭ କରିଥିଲୋକିନ୍ତୁ ଦିଆଯାଇଥିବା ପ୍ରତିଶୃତି ଭବିଷ୍ୟତରେ କାର୍ଯ୍ୟକାରି କରିବାପାଇଁ ଅଗ୍ରହ ଦେଖାଦିଆନଯାଏ ବାଧ୍ୟ ହୋଇପୁଣି ଆନ୍ଦୋଳନାତ୍ମକପନ୍ଥା ଅବଲମ୍ବନ କରିବାକୁ ବଧ୍ୟହେବୁ ବୋଲି ଗ୍ରାମବାସୀମାନେ ଚେତାବନୀ ଦେଇଥିଲେ ।ଏହାପରେ ଗ୍ରାମବାସୀମାନେ ଅଧଘଂଟାପରେ ରାସ୍ତାରୁ ଉଠିବାପରେ ଯାତାୟତ ସ୍ୱାଭାବିକ ହୋଇଥିଲା ।

- Advertisement -

Leave A Reply

Your email address will not be published.