ପତିତପାବନ ବାନାରେ ପଡିଲା ଶୂନ୍ୟ ଗଣ୍ଠି

0 557

ସକାଳର ଖବର,ତାରିଖ : ୧୨/୦୫/୨୦୨୧,ବୁଧବାର
୧-ଷୋହଳ ଜିଲ୍ଲାରେ RT-PCR ଟେଷ୍ଟ ସେଣ୍ଟର ପାଇଁ କୋଡ଼ିଏ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ ।
୨-ଟିକା ଯୋଗାଇବାରେ ବିଫଳ ହେଲେ କେନ୍ଦ୍ର ସରକାର । ବିଦେଶରୁ ଟିକା କିଣିବ ଓଡିଶା । ଗ୍ଲୋବାଲ ଟେଣ୍ଡର ପାଇଁ ହେଲା ସଂକଳ୍ପ ।
୩-କରୋନା ମୁକାବିଲା କରିବା କ୍ଷେତ୍ରରେ WHO ଆରମ୍ଭ କଲା ‘ଟୁଗେଦର ଫର ଇଣ୍ଡିଆ’ ଅଭିଯାନ ।
୪-ସ୍ଥଗିତ ରହିଥିବା ସିବିଏସଇ ଦ୍ୱାଦଶ ବୋର୍ଡ ପରୀକ୍ଷା ଅନୁଷ୍ଠିତ ହେବ କି ନାହିଁ ସେ ସମ୍ପର୍କରେ ଜୁନ୍‍ ପରେ ନିଆଯିବ ନିଷ୍ପତ୍ତି ।
୫-କରୋନା ସଂକ୍ରମଣ ପାଇଁ ଆସନ୍ତା ମେ ୧୫ରେ ଶ୍ରୀ ଜଗନ୍ନାଥଙ୍କ ଚନ୍ଦନ ଯାତ୍ରାର ହେବ ସିଧା ପ୍ରସାରଣ । ପୁରୀରେ ଚନ୍ଦନ ଯାତ୍ରା ଏବଂ ରଥ ନିର୍ମାଣ କାର‌୍ୟ୍ୟ ପାଇଁ ଲାଗୁ ହେବ ୧୪୪ ଧାରା ।
୬-ଆରବ ସାଗରରେ ଆସୁଛି ଚଳିତ ବର୍ଷର ପ୍ରଥମ ବାତ୍ୟା ‘ତଉକ୍‌ତେ’ । ୧୪ରେ ନେବ ବାତ୍ୟାର ରୂପ, ୧୬ରେ ଛୁଇଁବ ସ୍ଥଳଭାଗ ।
୭-କରୋନା ପାଇଁ ଜି-୭ ସମ୍ମିଳନୀ ପାଇଁ ବ୍ରିଟେନ୍ ଗସ୍ତ ରଦ୍ଦ କଲେ ପ୍ରଧାନମନ୍ତ୍ରୀ ମୋଦୀ ।
୮-କାନାଡ଼ା ପରେ ଆମେରିକାର ବଡ଼ ନିଷ୍ପତି । ୧୨ରୁ ୧୫ ବର୍ଷ ପିଲାଙ୍କୁ ଦିଆଯିବ ଫାଇଜର ଟିକା
୯-ଏଣିକି ଘରୋଇ ହସ୍ପିଟାଲରେ ନିର୍ଦ୍ଧାରିତ ଠାରୁ ଅଧିକ ଫି’ ନେଲେ ହେବ ଦୃଢ଼ କାର‌୍ୟ୍ୟାନୁଷ୍ଠାନ । ଏ ନେଇ ରାଜ୍ୟ ସରକାରଙ୍କ କଡା ତାଗିଦ୍ ।
୧୦-ଏ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ମଇ ୨୬ରେ ।
୧୧-ରାଉରକେଲାରେ ଟିକା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଯୁବପିଢ଼ି । ଗୋଟିଏ ଦିନରେ ୩,୮୦୦ ଜଣ ନେଲେ ସୁରକ୍ଷା କବଚ ।
୧୨-‘ବ୍ଲାକ ଫଙ୍ଗସ୍’ ଲକ୍ଷଣ ଥିବା ଆଉ ଦୁଇ ଜଣ ରୋଗୀ ଓଡ଼ିଶାରୁ ଚିହ୍ନଟ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚାଲିଛି ଚିକିତ୍ସା । ଜଣେ ଦୃଷ୍ଟିଶକ୍ତି ହରାଇଥିବା ବେଳେ, ଆଉ ଜଣଙ୍କ ଆଖି ଓ ନାକ ପ୍ରଭାବିତ ।
୧୩-ରାଜ୍ୟରେ କରୋନା ପୀଡ଼ିତ ପ୍ରଥମ ଶିଶୁ ମୃତ,ମୃତ ଶିଶୁଜଣକ ବ୍ରହ୍ମପୁର ହାଉସିଂ ବୋର୍ଡ କଲୋନୀର କେଦାରନାଥ ନାୟକଙ୍କ ପୁଅ କୈଳାସ (୧୦ବର୍ଷ) ନାୟକ ।
୧୪-ଭାରତରେ ଦେଖା ଦେଇଥିବା କରୋନାର ଡବଲ ମ୍ୟୁଟାଂଟକୁ ନେଇ ଚିନ୍ତା ପ୍ରକଟ କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଦ୍ରୁତ ବେଗରେ ସଂକ୍ରମିତ ହେଉଥିବାରୁ, କହିଲା ବିଶ୍ୱ ପାଇଁ ଚିନ୍ତାର କାରଣ ।
୧୫-କରୋନା ଟିକା ପ୍ରସ୍ତୁତକାରୀ କମ୍ପାନୀଗୁଡ଼ିକ ଟିକା ସୂତ୍ର ସାର୍ବଜନୀନ କରିବା ଲାଗି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦାବି ।
୧୬-ଗୁଜରାଟରେ ୧୦୦ରୁ ଅଧିକ ଲୋକଙ୍କ ଠାରେ ବ୍ଲାକ ଫଙ୍ଗସ୍‍ ଚିହ୍ନଟ। ସେମାନଙ୍କର ଚିକିତ୍ସା ପାଇଁ ସରକାର ୫ହଜାର ଇଞ୍ଜେକ୍ସନ ବରାଦ ଦେଇଛନ୍ତି।
୧୭-କରୋନା କାଳରେ ଭାରତକୁ ସହାୟତାର ହାତ ବଢାଇଲା ଟ୍ୱିଟର୍ । ୧.୫ କୋଟି ଡଲାର କଲା ଦାନ ।
୧୮-ସରକାରଙ୍କ ନୂତନ ଗାଇଡ୍‌ଲାଇନ୍‌, ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯିବାକୁ ହେଲେ ଏବେ ଆଉ ଜରୁରୀ ନୁହେଁ RTPCR ଟେଷ୍ଟ ।ସ୍ଵାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ୍ ଅଗ୍ରଓ୍ଵାଲଙ୍କ ସୂଚନା ।
୧୯-ତେଲେଙ୍ଗାନା କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି । ଆଜିଠାରୁ ୧୦ ଦିନ ଯାଏଁ ରାଜ୍ୟରେ ଲକଡାଉନ୍ ଘୋଷଣା ।
୨୦-ଲକଡାଉନ ସଫଳ ହୋଇଛି, ଦିଲ୍ଲୀରେ ସଂକ୍ରମଣ କମୁଛି । ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ।
୨୧-ଜମ୍ମୁ-କାଶ୍ମୀରର ଅନନ୍ତନାଗରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟରେ ୩ ଆତଙ୍କବାଦୀଙ୍କ ମୃତ୍ୟୁ
୨୨-ଦେବଭୂମିରେ ପ୍ରକୃତିର କୋପ: ବାଦଲଫଟା ବର୍ଷାରେ ଜଳ ପ୍ରଳୟ, ଧ୍ଵଂସ ହୋଇଗଲା ଆଇଆଇଟି କୋଠା ।
୨୩-ଦେଶରେ ସ୍ଥାପନ ହେବ ୨୧ଟି ଜୁମ୍ବୋ ଫିଲଡ୍ ହସପିଟାଲ, ପ୍ଲାଣ୍ଟରୁ ସିଧାସଳଖ ଅମ୍ଳଜାନ ଯ଼ୋଗାଣ ହେବ ।
୨୪-ଶ୍ରୀଲଙ୍କାରେ ହେବାକୁ ଥିବା ସବୁଯାକ ମ୍ୟାଚ୍ କଲମ୍ବୋରେ ଖେଳିବ ଭାରତ ।
ମାସ୍କ ବ୍ୟବହାର କରନ୍ତୁ, ଲାକଡାଉନ କୁ ଏଡାନ୍ତୁ । ସତ ପ୍ରତିଶତ ମାସ୍କ ବ୍ୟବହାର, ନିଶ୍ଚୟ କମିବ କରୋନା ହାର ।
୨୫. ପୁଣି ବିଗିଡ଼ିଗଲା ଉଚ୍ଚଶିକ୍ଷା: ପାଠପଢ଼ା ଓ ପରୀକ୍ଷାକୁ ନେଇ ଅନିଶ୍ଚିତତା ।
୨.୬ ୧୬ ଜିଲ୍ଲାରେ ଆର୍‌ଟିପିସିଆର୍ ପରୀକ୍ଷା ପାଇଁ ୨୦ କୋଟି ଦେଲେ ସରକାର ।
୨୭. ରାଜ୍ୟରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିଦ୍ୟାଳୟରେ ଚାଲିଥିବା ନାମଲେଖା ଅବଧିକୁ ବୃଦ୍ଧି କରାଯାଇଛି ।
୨୮. ଚନ୍ଦନଯାତ୍ରା, ରଥ ଅନୁକୂଳ ପାଇଁ ଜାରି ହେବ ୧୪୪ ଧାରା ।
୨୯. ଗହିରମଥାରେ ୧.୪୮ କୋଟି ଅଲିଭ୍‌ଡିଲେ ଛୁଆ, ସୁରକ୍ଷା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ ।
୩୦. ୧୩ରୁ ଡାଲି ଓ ତୈଳବୀଜ ସଂଗ୍ରହ, ମୂଲ୍ୟ ସହାୟକ ଲାଭ ଚାଷୀମାନଙ୍କୁ ପାଖରେ ପହଞ୍ଚାଇବାକୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ ।
୩୧. ମ୍ୟୁକରମାଇକୋସିସ୍ ବା ବ୍ଲାକ୍ ଫଙ୍ଗସ୍ ପୂର୍ବରୁ ଏହି ରୋଗ ଆଗରୁ ରହିଛି । ହେଲେ କରୋନାର ଦ୍ବିତୀୟ ଲହରରେ ଏହା ପୁଣିଥରେ ଚର୍ଚାର ପରିସରକୁ ଆସିଛି । ଦିଲ୍ଲୀ, ଗୁଜୁରାଟ ଓ ମୁମ୍ବାଇରେ ସୁନାମୀ ଭଳି ମାଡ଼ିବାରେ ଲାଗିଛି ।
୩୨. ସିଏମ୍‌ସି କମିସନରଙ୍କ ଆଚରଣ ନେଇ ବର୍ଷିଲେ ପ୍ରଭାତ ବିଶ୍ବାଳ, ୧୦କିମି ଚାଲି ଚାଲି ଜିଲ୍ଲାପାଳଙ୍କୁ ଭେଟିଲେ ।
୩୩. ଓଡ଼ିଶାରେ ଅକ୍ସିଜେନ ପ୍ଲାଣ୍ଟ, ଜୁମ୍ବୋ ଫିଲଡ୍ ହସପିଟାଲ । ଓଡ଼ିଶାରେ ହେବ ୭ଟି ଅକ୍ସିଜେନ ପ୍ଲାଣ୍ଟ। ଏ ସବୁ ଅକ୍ସିଜେନ୍ ପ୍ଲାଣ୍ଟ ତିଆରି କରିବ DRDO  । ବୌଦ୍ଧ, କଟକ, ଭଦ୍ରକ, ଗଜପତି, ଝାରସୁଗୁଡ଼ା, ନୟାଗଡ଼ ଓ କୋରାପୁଟରେ ହେବ ଅକ୍ସିଜେନ୍ ପ୍ଲାଣ୍ଟ ।
୩୪. ନୂଆଦିଲ୍ଲୀ ୨୦୨୧ର ପ୍ରଥମ ବାତ୍ୟା ଆରବ ସାଗରରେ ସୃଷ୍ଟି ହେବା ନେଇ ଅ ।କଳନ କରିଛି ଭାରତୀୟ ପାଣିପାଗ ବିଭାଗ । ଆସନ୍ତା ୧୬ ତାରିଖରେ ଅ ।ରବ ସାଗରେ ବାତ୍ୟା ସୃଷ୍ଟି ହେବ । ୧୪ ସକାଳ ସୁଦ୍ଧା ଲଘୁଚାପରେ ପରିଣତ ହୋଇ ବାତ୍ୟା ରୂପ ନେଇପାରେ ଏବଂ ମେ ୧୬ ତାରିଖ ସୁଦ୍ଧା ବାତ୍ୟାରେ ରୂପାନ୍ତରିତ ହୋଇପାରେ ବୋଲି ଅନୁମାନ କରାଯାଉଛି ।
୩୫. ତୃତୀୟ ଲହରୀ ପାଇଁ ଏବେ ଠାରୁ ସତର୍କ ଦୃଷ୍ଟି ରଖିବାକୁ ପରାମର୍ଶ : କୋଭିଡ଼ ହସ୍ପିଟାଲରେ ଅକ୍ସିଜେନ ବ୍ୟବସ୍ଥା ଓ ଅଗ୍ନି ସୁରକ୍ଷା ଉପରେ ସତର୍କ ଦୃଷ୍ଟି ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ।
୩୬. ପୁରୀ: ଶ୍ରୀ ଜଗନ୍ନାଥ ମନ୍ଦିର ପତିତପାବନ ବାନାରେ ପଡିଛି ଶୂନ୍ୟ ଗଣ୍ଠି । ଏହା ଏକ ବିରଳ ଘଟଣା ବୋଲି ଚୁନରା ସେବକ କହିଛନ୍ତି । କାଳ ବୈଶାଖୀ ଯୋଗୁ ଏଭଳି ବିରଳ ଘଟଣା ଦେଖା ଦେଇଛି ।
୩୭. ପ୍ରଦୀପ୍ତ ନାଏକଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କ‌ରେ ବୁଝିଲେ ମୁଖ୍ୟମନ୍ତ୍ରୀ, ସର୍ବୋତ୍କୃଷ୍ଟ ଚିକିତ୍ସା ସେବା ଯୋଗାଇବାକୁ କହିଲେ ।
କରୋନା ଟିପ୍ସ୍ : ନିଶ୍ଚିତ ମାନିବା-ମାସ୍କ୍ ପିନ୍ଧିବା, ହାତ ଧୋଇବା,ଦୁରତ୍ଵ ରଖିବା। କରୋନା କୁ କର ନା।– ସୂଚନା ଓ ଲୋକ ସମ୍ପର୍କ ବିଭାଗ, ଓଡ଼ିଶା ସରକାର ।ଶୁଭସକାଳ  ।GOOD MORNING ।

 

 

 

Leave A Reply

Your email address will not be published.