ପେଡି ଖୋଲିଲା

ଆଜିର ଖବର,ତାରିଖ–୨୦-୦୬-୨୦୨୧(ରବିବାର)

0 330

 

୧. ଓଡିଆ ସଂଗୀତ ଜଗତର ପ୍ରଖ୍ୟାତ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କର କରୋନାରେ ପରଲୋକ ।

୨. ସପ୍ତମ ଆନ୍ତର୍ଜାତିକ ଯୋଗ ଦିବସ ପାଳନର ଅବ୍ୟବହିତ ପୂର୍ବରୁ ସରକାରୀ ମହିଳା ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ( ଏନ୍ ଏସ୍ ଏସ୍) ଆନୁକୁଲ୍ୟରେ ଏକ ଯୋଗ କର୍ମଶାଳା ଭାରଚୁଆଲରେ ଅନୁଷ୍ଠିତ ହୋଇଛି।

୩. ବିଶ୍ଵ ଟେଷ୍ଟ ଚମ୍ପିଆନସିପ୍ ଫାଇନାଲ: ବାଧକ ସାଜିଲା ଖରାପ ଆଲୋକ, ଦ୍ଵିତୀୟ ଦିନ ସୁଦ୍ଧା ଭାରତର ସ୍କୋର ୧୪୬/୩ ।

୪. ଭୁବନେଶ୍ବର ସହରର ବଡ ସଫଳତା, ସାରା ଦେଶରେ ଜୀବନଧାରଣ ମାନରେ ହାସଲ କଲା ୪ର୍ଥ ସ୍ଥାନ ।

୫. ରୁଷିଆର ସାଇବେରିଆ ଅଧୀନ କେମେରୋଭୋ ଓବ୍ଲାଷ୍ଟଠାରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ୭ ଜଣଙ୍କ ମୃତ୍ୟୁ ଘଟିଛି । ଅନ୍ୟ ୧୭ ଜଣ ଆହତ ହୋଇଛନ୍ତି ।

୬. “ମୋ ସରକାର” ରେ ସ୍ଵାସ୍ଥ୍ୟ ବିଭାଗର ଅବସ୍ଥା ସଙ୍କଟାପନ୍ନ ; ପେଡ଼ି ଖୋଲିଦେଲା ଡାକ୍ତର ସଙ୍ଘ ଚିଠି ।

୭. ଦୁଇ ଭାଗରେ ବିଭକ୍ତ ହେବା ପରେ ପଶୁପତି ଘୋଷଣା କଲେ ନୂଆ ମହାସଚିବ ଓ ଉପସଭାପତି ।

୮. ମାନ୍ୟବର ମୂଖ୍ୟମନ୍ତ୍ରୀଙ୍କ ଦ୍ୱାରା କଳାହାଣ୍ଡି ଇଂଜିନିୟରିଂ କଲେଜ ଠାରେ ବେଦାନ୍ତ ସହଯୋଗରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଦ ହସପିଟାଲ ଉଦଘାଟିତ ହୋଇଯାଇଛି ।

୯. ଧାରା ୩୭୦ ଉଚ୍ଛେଦ ପରେ ଜାମ୍ମୁ ଓ କାଶ୍ମୀରରେ ପ୍ରଥମ ସର୍ବଦଳୀୟ ବୈଠକ ।

୧୦. ଡାକ୍ତରଙ୍କ ଉପରେ ହେଉଥିବା ଆକ୍ରମଣ ପାଇଁ ଆକ୍ସନ ମୁଡ୍‌ରେ କେନ୍ଦ୍ର ସରକାର, ମାମଲା ରୁଜୁ ପାଇଁ ରାଜ୍ୟକୁ ନିର୍ଦ୍ଦେଶ ।

୧୧. କଅଁଳ ଛୁଆକୁ ଉଦ୍ଧାର କଲା #ChildLine; ରାଜଧାନୀରେ ଛୁଆ ବିକ୍ରି ଘଟଣା ସତ ।

୧୨. କୋଭିଡ୍ ଚିକିତ୍ସା ପାଇଁ ସମ୍ ହସ୍ପିଟାଲ ନେଲାଣି ୧୧୯କୋଟି ଟଙ୍କା, ରୋଗୀ ନଥିଲେ ବି ବେଡ୍ ଚାର୍ଜ ।

୧୩. ‘ଟିକା ନେବାପରେ ବି କାହିଁକି ହେଉଛି ମୃତ୍ୟୁ, ତର୍ଜମା କଲେ ବୈଷୟିକ କମିଟି’ ।

୧୪. ମାଲକାନଗିରି:ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଟି.ଆପାଙ୍ଗ ଆଓ ଆଜି ମାଲକାନଗିରି ଜିଲ୍ଲା ଗସ୍ତ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ।

୧୫. ନେପାଳରେ ବର୍ଷା, ଭାରତରେ ବନ୍ୟା । ନେପାଳରେ ମୁଶଳଧାରାରେ ବର୍ଷାର ପ୍ରଭାବ ଭାରତରେ । ବିହାର, ଉତରାଖଣ୍ଡ ଓ ୟୁପିରେ ବିଭିନ୍ନ ଜଗାରେ ଜଳବନ୍ଦୀ ଅବସ୍ଥା ।

୧୬. ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାରେ କରୋନା ଦ୍ୱିତୀୟ ଲହର ସଂକ୍ରମଣ ଜୁନ୍ ଦ୍ୱିତୀୟ ସପ୍ତାହରେ ସର୍ବନିମ୍ନ ସ୍ତରକୁ ହ୍ରାସ ପାଇଛି । ଗତ ୧୭ ତାରିଖ ସଂଧ୍ୟା ୫ଟା ସୁଦ୍ଧା ଜିଲ୍ଲାରେ ୩୫ ଜଣ ସଂକ୍ରମିତଙ୍କ ଚିହ୍ନଟ ହୋଇଥିବା ବେଳେ ଗତ ୧୬ ତାରିଖ ସନ୍ଧ୍ୟା ୫ ଟା ସୁଦ୍ଧା ୪୩ ଜଣ ଚିହ୍ନଟ ହୋଇଥିଲେ । ଅପରପକ୍ଷେ ୫୩ ଜଣ ସୁସ୍ଥ ହୋଇଥିବା ଜଣାଯାଇଛି । ଫଳରେ ଜିଲ୍ଲା କୋଭିଡ୍ ହସ୍ପିଟାଲ ଓ କେୟାର ସେଣ୍ଟରରେ ଏବେ ୮୦ ପ୍ରତିଶତ ଶଯ୍ୟା ଖାଲି ହୋଇଯାଇଛି ।

୧୭. ନୂଆପଡ଼ା : ପଶ୍ଚିମ ଓଡ଼ିଶାର ନୂଆପଡ଼ା ଜିଲ୍ଲା ଚିକିତ୍ସା ଜଗତରେ ଇତିହାସ ରଚିଛି । ଜିଲ୍ଲା ମୁଖ୍ୟ ଡାକ୍ତରଖାନରେ ସ୍ପାଇନାଲ ଏଲ-୧ ଅସ୍ତ୍ରୋପଚାର କରି ଡା.ବିପୁଳ ଗର୍ଗ ଚିକିତ୍ସା କ୍ଷେତ୍ରରେ ଏକ ବଡ଼ ସଫଳତା ଆଣିଛନ୍ତି ।

୧୮. ‘ବିଭିନ୍ନ ଲୋକଙ୍କ ଶରୀରରେ ଆଣ୍ଟିବଡି ତିଆରି ହେବା ପ୍ରକ୍ରିୟା ଭିନ୍ନ, ଦ୍ବିତୀୟ ଥର ସଂକ୍ରମଣ ହେବନି କହିବା ମୁସ୍କିଲ’ : ବିଶେଷଜ୍ଞ।

୧୯. ଜୁନ ୨୧ତାରିଖ ଦିନ ସପ୍ତମ ଯୋଗଦିବସ ପାଳନ ଅବସରରେ ଭାରତୀୟ ଡାକବିଭାଗ (ଇଣ୍ଡିଆ ପୋଷ୍ଟ)ପକ୍ଷରୁ ଏ ସ୍ୱତନ୍ତ୍ର ସ୍ମାରକୀ ମୋହର ଉନ୍ମୋଚନ କାର‌୍ୟ୍ୟକ୍ରମ ଆୟୋଜନ ହେଉଛି । ସମଗ୍ର ଦେଶରେ ୮୧୦ଟି ମୁଖ୍ୟ ଡାକଘରେ ଏହି ମୋହରଗୁଡିକ ଏକସଙ୍ଗେ ଉନ୍ମୋଚନ ହେବ ।

୨୦. କରୋନା ମହାମାରୀ ଯୋଗୁ ଭାରତ ବିପର୍ଯ୍ୟସ୍ତ ହୋଇଛି । ଏନେଇ ଚାଇନା ଭାରତକୁ କ୍ଷତିପୂରଣ ଦେବା ଆବଶ୍ୟକ ବୋଲି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ କହିଛନ୍ତି । ବିଶ୍ୱରେ କୋଭିଡ୍‌ ସଂକ୍ରମଣ ପାଇଁ ଚାଇନା ଦାୟୀ ।

୨୧. କେବେ ଆସିବ ଦେଶରେ କରୋନାର ତୃତୀୟ ଲହର । ଏହା ଏବେ ଏକ ବଡ଼ ପ୍ରଶ୍ନ ପାଲଟିଥିବା ବେଳେ ଏପ୍ରସଙ୍ଗରେ ଉତର ରଖିଛନ୍ତି ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ ।

୨୨. ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ଆରକେଏସ ଭଦୋରିଆଙ୍କ ପ୍ରତିକ୍ରିୟା । ଚୀନ୍ ସହ ସୀମା ବିବାଦ ନେଇ ଆଗାମୀ ବୈଠକ ପାଇଁ ଚାଲିଛି ପ୍ରକ୍ରିୟା ।

୨୩. ରାଜଧାନୀରେ ୨୪ ଘଣ୍ଟାରେ ୩୩୨ ପଜିଟିଭ , ୭୧୬ ସୁସ୍ଥ ।

୨୪. କରୋନାରୁ ଅଧିକ ସୁସ୍ଥ ହେଉଛନ୍ତି । ରାଜ୍ୟରେ ଗୋଟିଏ ଦିନକରେ ୩୪୨୭ ଆକ୍ରାନ୍ତ ଚିହ୍ନଟ , ୫୨୮୧ ସୁସ୍ଥ : ୪୨ ମୃତ ।

୨୫. ଦେଶରେ ହ୍ରାସ ପାଉଛି ସଂକ୍ରମଣ ।
ଦିନକରେ ୬୦୭୫୩ ନୂଆ ପଜିଟିଭ୍ ଚିହ୍ନଟ , ମୃତ୍ୟୁ ସଂଖ୍ୟା ୧୬୪୭ ।

୨୬. କମିଲା ଡାଲି ଦର ।

୨୭. ବନ୍ଦ ହୋଇଯିବ ଅଡି କମ୍ପାନୀର ପେଟ୍ରୋଲ ଓ ଡିଜେଲ ଚାଳିତ କାର୍ ।

୨୮. କୋଭିଡ଼୍ ମହାମାରୀରକୁ ଦୃଷ୍ଟିରେ ରଖି ବରିଷ୍ଠ ନାଗରିକଙ୍କୁ ଶୀଘ୍ର ପେନସନ୍ ଦେବାକୁ ବ୍ୟାଙ୍କକୁ ନିର୍ଦ୍ଦେଶ ।

➡️କରୋନା ଟିପ୍ସ୍ : ମୁଁ ପ୍ରତୀଜ୍ଞା କରୁଛି ମାସ୍କ ପିନ୍ଧବି, ହାତ ଧୋଇବି, ଦୂରତା ବଜାୟ ରଖିବି ଓ ନିଜର ପରିବାର ଏବଂ ସମାଜକୁ ସୁରକ୍ଷିତ ରଖିବି – ସୂଚନା ଓ ଲୋକ ସମ୍ପର୍କ ବିଭାଗ, ଓଡ଼ିଶା ସରକାର ।ଶୁଭସକାଳ ।

Leave A Reply

Your email address will not be published.