ପେଟ୍ରୋଲ ପମ୍ପ ନିକଟରେ ନବଜାତ ଶିଶୁକନ୍ୟା

0 55

ଭଦ୍ରକ ,୧୬ା୧(ଏସଏସନିଉଜ) ଧାମରା ନିକଟସ୍ଥ ପେଟ୍ରୋଲପମ୍ପ ନିକଟରୁ ଏକ ନବଜାତ ଶିଶୁକନ୍ୟା ଗତକାଲିରାତିରେ ଉଦ୍ଧାର ହୋଇଛି ।ଉକ୍ତଶିଶୁକନ୍ୟାଟି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିସ୍‌ିତ ହେଉଥିବାବେଳେ ଶିଶୁଟି ସମ୍ପୂର୍ଣ୍ଣ ସୁସ୍ଥ ଥିବାର ଜଣାପଡିଛି । ଧାମରାର ଅଧିଷ୍ଠାତ୍ରୀ ଦେବୀ ମାଧାମରାଇଙ୍କ ପବିତ୍ରପର୍ବ ତଥା ମକର ସଂକ୍ରାନ୍ତି ଉପଲକ୍ଷେ ପୀଠରେ ନାହିଁନଥିବା ଭକ୍ତମାନଙ୍କ ଭୀଡ ହୋଇଥିଲା ଏହି ସୁଯୋଗରେ କେହି ନିଜ ପାପ ଲୁଚାଇବାକୁ ଯାଇ ଶିଶୁକନ୍ୟାକୁ ଛାଡ଼ି ପଳାଇ ଯାଇଥିବାର ଆଲୋଚନା ହେଉଛି ।ଜଣେ ବ୍ୟକ୍ତି ବିଳମ୍ଭିତରାତିରେ ସେହିବାଟରେ ଫେରୁଥିବାବେଳେ ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଚିକିସ୍‌ାଳୟକୁ ପଠାଇଥିଲେ ।

Leave A Reply

Your email address will not be published.