ଢ଼େଙ୍କାନାଳ,୮।୯(ଏସଏସନିଉଜ) ସୋମବାରଦିନ ଢେଙ୍କାନାଳସ୍ଥିତ ଲାଉଲଇ ” ପ୍ରିୟ” କାର୍ୟ୍ୟାଳୟଠାରେ ବିଶ୍ଵ ଫିଜିଓଥେରାପି ଦିବସ ପାଳିତ ହୋଇଯାଇଛି। ଉକ୍ତ କାର୍ୟକ୍ରମରେ ମୂଖ୍ୟଅତିଥି ଭାବେ ପ୍ରିୟର ନିର୍ଦେଶକ ଟଙ୍କଧର ବାରିକ ଯୋଗଦେଇ ବିଶ୍ଵ ଭୌତିକଚିକିତ୍ସା ବିଷୟରେ ବୁଝାଇ କହିଥିଲେ। ଫିଜିଓ ଥେରାପିଷ୍ଟ ନିବେଦିତା ନାୟକ,ସାହିଲ୍ ଆଫ୍ରିଡ୍, ସତ୍ୟପ୍ରକାଶ ନାୟକ ଯୋଗଦେଇ କାର୍ୟ୍ୟକ୍ରମଟିକୁ ଉଦ୍ଘାଟନ କରିଥିଲେ।ଡ଼.ନିବେଦିତା ନାୟକ ମସ୍ତିଷ୍କ ପକ୍ଷଘାତ ଓ ମାନସିକ ଅନଗ୍ରସର ଶିଶୁମାନଙ୍କର ସୁରକ୍ଷା ଓ ଅଗ୍ରଗତି ସମ୍ବନ୍ଧରେ ବୁଝାଇ କହିଥିଲେ।ସମସ୍ତ ଭିନ୍ନକ୍ଷମ ପିଲାମାନଙ୍କ ଫିଜିଓଥେରାପି ସେବା ଦିଆଯାଇଥିଲା ।ସମସ୍ତଙ୍କୁ ଫଳବଣ୍ଟନ କରାଯାଇଥିଲା ।ଉକ୍ତ କାର୍ୟ୍ୟକ୍ରମରେ ପ୍ରିୟର ସମସ୍ତ କର୍ମକର୍ତ୍ତା ଇଲନପ୍ରଭା ସେନାପତି, ଅନ୍ନପୂର୍ଣା ଧଳ,ସୋନାଲି ଧଳ, ଲକ୍ଷ୍ମୀପ୍ରିୟା ନାୟକ,ରବୀନ୍ଦ୍ର କୁମାର ସାମଲ, ପର୍ଶୁରାମ ଦାସ, ପ୍ରକାଶ ସାମଲ ପ୍ରମୁଖ ଉପସ୍ଥିତରହି କାର୍ୟ୍ୟକ୍ରମଟିକୁ ସଫଳ କରିଥିଲେ।

