ଫଟୋ ପୋଜ୍ ନୁହେଁ ଚାଲିଛି ଜନସେବା

0 404

ବାରଙ୍ଗ,୬/୫(ଏସ୍‌ଏସ୍‌ନିୟୁଜ) ଲକ୍‌ଡାଉନ ସମୟରେ ଗାଁଗହଳିରେ ତଳସ୍ତରରେ ବହୁ ରାଜନେତିକ ବ୍ୟକ୍ତିଙ୍କ ଠାରୁ ଆରମ୍ଭ କରି ସମାଜସେବୀମାନେ ଶୁଖିଲା ଓ ରନ୍ଧାଖାଦ୍ୟ ମାନ ବାଟୁଂଛନ୍ତି । ଏହି ବାଟିଂବାଭିତରେ ଫଟୋପୋଜ୍ ହିଁ ସେମାନଙ୍କପାଇଁ ସର୍ବଶ୍ୱ ପାଲଟଛି । କିନ୍ତୁ ପଂଚଶଖା ଫଟୋପୋଜକୁ ନୁହେଁ ଜନସେବାକୁ ପ୍ରାଥମିକତା ଦେଇ କାର୍ଯ୍ୟ ଆରମ୍ଭ କରିଚାଲିଛି । ପେଶା ହେଲା ଛେଟମୋଟ ବ୍ୟବସାୟ କରି ପରିବାର ପ୍ରତିପୋଷଣ କରିବା,ନିଶା ହେଲା ସମାଜସେବାକରିବା ।ଏହିଭଳି ମହତକାର୍ଯ୍ୟକୁ ଆପଣେଇଛନ୍ତି ପାଂଚଜଣ ଯୁବକ । ଏହି ଯୁବକମାନଙ୍କ ସାହାର୍ଯ୍ୟ କରିବାର ଗୁଣ ପାଇଁ ଲୋକମାନେ ଶ୍ରଦ୍ଧାରେ ପଂଚଶଖା ସଂଙ୍ଗଠନ ବୋଲି ସୋମାନଙ୍କୁ ଆଖ୍ୟା ଦେଇଛନ୍ତି ଓ ପ୍ରଶଂସା ମଧ୍ୟ କରୁଛନ୍ତି ।

ମହାମାରୀ କରୋନା ପାଇଁ ସରକାର ଲକଡାଉନ କରିଛନ୍ତି ।ଏହି ଘଡିସନ୍ଧି ମୁହୁର୍ତରେ ବହୁ ବଦାନ୍ୟ ବ୍ୟକ୍ତିମାନେ ଗରିବ ତଥା ଅଭାବିଙ୍କ ମହଁରେ ହସ ଫୁଟାଇବାପାଇଁ ଆଗେଇଆସିଛନ୍ତି । କିଏ ମୁଖ୍ୟମନ୍ତ୍ରୀଙ୍କର ରଲିଫପାଣ୍ଠୁିକୁ ଅର୍ଥ ଦାନ କରୁଚି ତ କିଏ ଗରିବଲୋକଙ୍କୁ ଖାଦ୍ୟ ପ୍ରଦାନ କରି ଖୁସି ଅନୁଭବ କରୁଛି ।ଆଉ କେତେକ ଅଛନ୍ତି ଶୁଖିଲା ଖାଦ୍ୟଟିକେ ବାଟିଂ ଫଟୋପୋଜ ଦେବାକୁ ଟଣାଓଟରା ହେଉଛନ୍ତି ।କେତେକ କୁଜିନେତା ପଂଚାୟତମାନଙ୍କରେ ନିଜର ପତିଆରା ରଖିବାପାଇଁ ଲୋକଦେଖାଣିଆଭାବେ କଣ ଟିକେ ଖାଦ୍ୟ ବାଟିଂଦେଲେ କାମ ସରିଗଲା ନିତୀକୁ ଆପଣେଇ ସାଧାରଣରେ ସମାଲୋଚିତ ହେଉଛନ୍ତି ।କାରଣ ଗରିବ ଲୋକଙ୍କୁ ହସ ଦେବା ପଛରେ ପଂଚାୟତ ରାଜନିତୀକୁ ଓହ୍ଲାଇବାର ଉଦ୍ଦେଶ୍ୟ ରଖିଥିବାରୁ ଲୋକମାନେ ସେମାନଙ୍କୁ ଗ୍ରହଣ କରୁନାହାନ୍ତି । କିନ୍ତୁ ପଂଚଶଖାର କାର୍ଯ୍ୟ ଆଗରେ ଫିକାପଡିଯାଇଛି କୁସ୍‌ିତ ଚିନ୍ତାଧାରାରେ ଲିପ୍ତ କୁଜିନେତାମାନଙ୍କର ସ୍ୱାର୍ଥଭିତିକ କାର୍ଯ୍ୟ ।

ଜନକମାଝୀ,ଅସିତ ସାସମଲ,ଲଳିତେନ୍ଦ୍ରୁପ୍ରଧାନ,ଅମୁଲ୍ୟଜେନା ଓ ସୁରେଶ ଜେନାକୁ ନେଇ ଗଠିତ ହୋଇଛି ପଂଚଶଖା ।ଏହି ପଂଚଶଖା ଏବେ ତାର କାୟା ବିସ୍ତାର କରିଚାଲିଛି । ପଂଚଶଖାର କାର୍ଯ୍ୟାଧାରାରେ ଧିରେଧିରେ ସ୍ଥାନୀୟ ବୁଦ୍ଧିଜିବୀମାନେ ସାମିଲ ହେବାକୁ ଆରମ୍ଭ କଲେଣି । ସଂଗଠନର ଚିନ୍ତାଧାରାରେ ଅନୁପ୍ରାଣିତ ହୋଇ ବିଭିର୍ଣ ଗ୍ରାମର ଯୁବକ ଓ ବୁଦ୍ଧିଜିବୀମାନେ ସାମିଲ ହେଉଛନ୍ତି । ନୁଆକରି ପଂଚଶଖାସଂଗଠନରେ ସାମ୍ବାଦିକ ଜଗନ୍ନାଥଭଞ,ରାଜକିଶୋର ପରିଡା,ପବିତ୍ରଦାସ ଙ୍କ ସମେତ କିଛି ମୁରବୀ ସାମିଲ ହୋଇଥିବାରୁ ପଂଚଶଖାସଂଗଠନର ସଂଖ୍ୟା ୧୧କୁ ବୃଦ୍ଧିପାଇଲାଣି । ଏମାନଙ୍କ ଘର ଭୁବନେଶ୍ୱର ବ୍ଲକର ଦାଢାପଂଚାୟତରେ ହୋଇଥିବାରୁ ନିଜ ପଂଚାୟତକୁ ପ୍ରାଥମିକତା ଦେଇଛନ୍ତି । ଷଷ୍ଠପର୍ଯ୍ୟାୟରେ ବୁଧବାରଦିନ ବିସକାଣ୍ଡିପାଟଣାରେ ଘରଘରବୁଲି ପଂଚଶଖାର ସଦସ୍ୟମାନେ ପ୍ରତିପରିବାରର ପିଲାମାନଙ୍କୁ କ୍ଷୀର ଓ ରୁଟି,ବିସ୍କୁଟ,ଅଣ୍ଡା ପ୍ରଦାନ କରିଛନ୍ତି । ଯେଉଁ ଗ୍ରାମକୁ ଯାଉଛନ୍ତି ସେଠାରେ ଗ୍ରାମର ଯୁବକମାନେ ବିଶେଷଭାବେ ସାଙ୍ଗରେ ରହି ସହଯୋଗର ହାତ ବଢାଉଥିବାର ଦେଖିବାକୁ ମିଳିଛି ।

Leave A Reply

Your email address will not be published.