ପିଟିଲେ କେନ୍ଦ୍ରମନ୍ତ୍ରୀ

0 263

ଭୁବନେଶ୍ୱର,୨୧/୧(ଏସଏସନିୟୁଜ)କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ଦୁଇ ସରକାରୀ କର୍ମଚାରୀଙ୍କୁ ନିସ୍ତୁକ ମାଡ ମାରିଥିବାନେଇ ଥାନାରେ ଅଭିଯୋଗ ହୋଇଛି । କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ଏକ ରିଭ୍ୟୁ ପାଇଁ ମୟୁରଭଞ୍ଜ ଜିଲ୍ଲା ଯୋଜନା ବିଭାଗ ଡେପୁଟି ଡାଇକ୍ଟେର ଅଶ୍ୱିନୀ ମଲ୍ଲିକ ଓ ସହକାରୀ ନିର୍ଦ୍ଦେଶକ ଦେବାଶିଷ ମହାପାତ୍ରଙ୍କୁ ପ୍ରଥମେ ସର୍କିଟ୍ ହାଉସ ଓ ପରେ ଦଳୀୟ କାର୍ଯ୍ୟାଳୟ କୁ ଆସିବାକୁ ମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ କୁହାଯାଇଥିଲା ।କିନ୍ତୁ ଅଫିସରେ ସମୀକ୍ଷା କରାଯାଉ ବୋଲି ଦୁଇ ଅଧିକାରୀ କହିବା ସହ ପରେ ଦଳୀୟ କାର୍ଯ୍ୟାଳୟ ରେ ପହଁଚିଥିଲେ ।ଏହି କଥାକୁ ନେଇ ସେଠାରେ ପୁଣି ଯୁକ୍ତିତର୍କ ହୋଇଥିଲା ।ମନ୍ତ୍ରୀ ଉତକ୍ଷିପ୍ତ ହୋଇ ଗାଳିଗୁଲଜ କରିବା ସହ ମାଡ ମାରିଥିଲେ । ମନ୍ତ୍ରୀଙ୍କ ମାଡରେ ଦେବାଶିଷ ମହାପାତ୍ରଙ୍କ ହାତ ଭାଙ୍ଗି ଯାଇଥିବାବେଳେ ଉଭୟ ବାରିପଦା ମେଡିକାଲରେ ଭର୍ତି ହୋଇଛନ୍ତି । ତେବେ ଏହାଉପରେ କେନ୍ଦ୍ର ମନ୍ତ୍ରୀଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

Leave A Reply

Your email address will not be published.