ପିପିଲିରେ ପୁଣି ମହାରଥି

0 207

ଭୁବନେଶ୍ୱର,୩/୧୦(ଏସଏସନିୟୁଜ) ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ହରାଇ ପିପିଲିରେ ନିଜର ପୁର୍ବସ୍ଥିତିକୁଜାହିର କରିଛି ବିଜେଡି । ବିଧାନସଭା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀଙ୍କୁ ବିପୁଳ ଜନସମର୍ଥନ ମିଳିଥିବାରୁ ପିପିଲିବାସୀଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଜେଡି ପ୍ରାର୍ଥୀ ତଥା ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀଙ୍କୁ ୯୬,୯୭୨ ଖଣ୍ଡ ଭୋଟ ମିଳିଛି। ଭାରତୀୟ ଜନତା ପାର୍ଟି (ବିଜେପି)ର ଆଶ୍ରିତ ପଟ୍ଟନାୟକଙ୍କୁ ୭୬,୦୫୬ ଖଣ୍ଡ ଭୋଟ୍ ମିଳିଥିବା ବେଳେ ୩ୟ ସ୍ଥାନରେ କଂଗ୍ରେସର ପ୍ରାର୍ଥୀ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ରଙ୍କୁ ୪,୨୬୧ ଭୋଟ୍ ମିଳିଛି। ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ଏଠାରୁ ଉପନିର୍ବାଚନରେ ୨୦ ହଜାର ୯୧୬ ଭୋଟ ବ୍ୟବଧାନରେ ବିଜୟୀ ହୋଇ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ପରାସ୍ତ କରିଛନ୍ତି। ସେହିପରି ସିପିଆଇ (ଏମ୍‌ଏଲ୍‌)ଏଲର ଅଶୋକ ପ୍ରଧାନ ୧୨୧୪, ବିଏସ୍‌ପିର ଅହମଦ୍ ଖାନ ୯୪୯, ନୋଟାରେ ୮୬୭ ଓ ଏସ୍‌ୟୁସିଆଇ(ସି)ର ପଦ୍ମଚରଣ ଜେନାଙ୍କୁ ୬୨୬ ଖଣ୍ଡ ଭୋଟ ମିଳିଛି ।ପିପିଲି ଉପନିର୍ବାଚନରେ ବିଜୟୀ ହେବା ପରେ ରୁଦ୍ର ମହାରଥୀ ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇବାସହ କୋଭିଡ କଟକଣା ଥିବରୁ ବିଜୟ ଉତ୍ସବ ପାଳନ ନକରି ଯେଉଁ ବିଶ୍ୱାସ ଓ ଶ୍ରଦ୍ଧା ପିପିଲିର ଜନସାଧାରଣ ଦେଇଛନ୍ତି ଏବେ ପିପିଲି ପାଇଁ କାମ କରିବାର ସମୟ ବୋଲି ରୁଦ୍ର ପ୍ରତାପ ମହାରଥୀ କହିଛନ୍ତି ।

 

Leave A Reply

Your email address will not be published.