ପୋଖରିରେ ଗଲା ୨ ନାବାଳିକାଙ୍କ ଜିବନ

0 346

ଡେଲାଙ୍ଗ,୭/୧୦(ଏସଏସନିୟୁଜ) ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଗଣ୍ଡପଡା ଗ୍ରାମରେ ପୋଖରୀରେ ବୁଡି ୨ ନାବାଳିକାଙ୍କ ମୃତ୍ୟୁ ଘଟିଛି । ମିଳିଥିବା ସୂଚନା ଅନୁଯୟୀ ସକାଳ ୧୦ ସମୟରେ ଗଣ୍ଡପଡା ଗ୍ରାମର ବିରଞ୍ଚି ବେହେରାଙ୍କ ୧୦ ବର୍ଷର ଝିଅ ଲିଜା ବେହେରା ଓ ବିଜୟ ବେହେରାଙ୍କ ୫ ବର୍ଷର ଝିଅ ଦୀପ୍ତି ବେହେରା ଗ୍ରାମରେ ଥିବା ପୋଖରୀକୁ ଗାଧୋଇ ଯାଇଥିଲେ । ପିଲାମାନେ ଘରକୁ ନଫେରିବାରୁ ପରିବାର ଲୋକେ ଅନେକ ଖୋଜାଖୋଜି କରିଥିଲେ । ଅନ୍ୟ ପଟେ ଗ୍ରାମର କେତେକ ଲୋକେ ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ୨ ପିଲା ଭାସୁଥିବାର ଦେଖିବାକୁ ପାଇ ଥିଲେ । ପୋଖରୀ ଭିତରକୁ ଯାଇ ୨ଟି ନାବାଳିକାକୁ ଉଦ୍ଧାର କରି ପରିବାର ଲୋକଙ୍କୁ ଖବର ଦେଇଥିଲେ । ସେଠାରୁ ତାଙ୍କୁ ଡେଲାଙ୍ଗ ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିବାବେଳେ ଡ୍ୟୁଟିରେ ଥିବା ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ । ଖବର ପାଇ ଡେଲାଙ୍ଗ ଥାନା ଏସ.ଆଇ ଉପେନ୍ଦ୍ର ନାଥ ଦାସ,ଏ.ଏସ.ଆଇ ଅଶୋକ କୁମାର ମହାପାତ୍ର ଘଟଣା ସ୍ଥଳରେ ପହଂଚି ସମସ୍ତ ଘଟଣା ସମ୍ପର୍କରେ ଅବଗତ ହେବା ସହିତ ପ୍ରଥମିକ ତଦନ୍ତ ସାରି ଶବ ବ୍ୟେବଛେଦ ପାଇଁ ପୁରୀ ପଠାଯାଇଥିବା ଜଣାପଡିଛି ।(ଡେଲାଙ୍ଗରୁ ଚିତଜେନାଙ୍କ ରିପୋର୍ଟ )

Leave A Reply

Your email address will not be published.