ଭାଇରାଲ ହେଲା ଭିଡିଓ,ଛୁଇଁଲା ମିଲିୟନ୍‌

0 608

ଭୁବନେଶ୍ବର ,୭/୧୦ (ସତ୍ୟସନ୍ଧାନଡେସ୍କ) ଭାଇରାଲ ହେଲା ଭିଡିଓ,ଛୁଇଁଲା ମିଲିୟନ୍ । ଏମିତି ଏକ ଘଟଣା ଘଟିଛି ଥାଇଲାଣ୍ଡରେ ।ଏହି ଭିଡିଓଟିକୁ ବହୁମାତ୍ରାରେ ଲୋକମାନଙ୍କର ଫସନ୍ଦ ମିଳିବା ସହ ୬.୬ମିଲିୟନ ଭ୍ୟୁ ମିଳିଥିବାର ଜାତୀୟ ଗଣମାଧ୍ୟମରେ ପ୍ରଚାର ହୋଇଛି ।ଥାଇଲାଣ୍ଡରେ ମାସ୍କ ନାହିଁ ତ ପ୍ରବେଶ ନାହିଁ ର ନୀୟମକୁ କେତେକ ଦୋକାନୀ ନିଆରା ଢଙ୍ଗରେ ପାଳିଛନ୍ତି ।ସେମାନଙ୍କ ଦୋକାନର ପ୍ରବେଶପଥରେ ଏକ ସ୍ୱୟଂ ଚାଳିତ ପରଦା ଲଗାଇଛନ୍ତି ।ଯାହାଦ୍ୱାରା କି ଶରୀରର ତାପମାତ୍ରା ସହ ଚେହେରାକୁ ସ୍କାନ୍ କରି ମୁହଁରେ ମାସ୍କ ଅଛିକି ନାହିଁ ତାହା ଜାଣିପାରିବ ।

ଦୁଇସେକେଣ୍ଡରେ ସ୍କାନ କରିସାରିବାପରେ ମୁହଁରେ ମାସ୍କ ଥିଲେ ଓ ଉଚ୍ଚ ତାପମାତ୍ରା ନଥିଲେ ଆପେଆପେ ଦୋକନରଦ୍ୱାର ଖୋଲିଯିବ । ଥାଇଲାଣ୍ଡର ଜଣେ ବ୍ୟକ୍ତି ଏହାକୁ ସୋସିଆଲମିଡିଆରେ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମରେ ଭିଡିଓ ଭାଇରାଲ କରିଛନ୍ତି ।ଯାହା ଏବେ ୬.୬ ମିଲିୟନରୁ ଅଧିକ ଭ୍ୟୁ ପାଇଥିବାର ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଥିବାର ଜଣାପଡିଛିା

Leave A Reply

Your email address will not be published.