ଜଟଣୀ, ୯/୬(ଏସଏସନିଉଜ) ଜଟଣୀ ଥାନା ପୁଲିସ ହାତରେ ଧରାପଡିଛନ୍ତି ୩ କୁଖ୍ୟାତ ଅପରାଧୀ ।ସେମାନେ ହେଲେ କେନ୍ଦ୍ରାପଡ଼ା ରାଜନଗର ଅଞ୍ଚଳର ଧର୍ମେନ୍ଦ୍ର ରାଉତ ଓରଫ ବିକ୍ରମ ,ଦୀପ୍ତିରଂଜନ ଜେନା ଓରଫ ଦୀପୁ ଏବଂ ଏୟାରଫିଲ୍ଡ ଥାନା ସୁନ୍ଦରପଦା ଅଞ୍ଚଳର ସନ୍ତୋଷ ମାର୍ଥା ଓରଫ କୁନ୍ଥା । ପୁଲିସ ସେମାନଙ୍କ ଠାରୁ ଦୁଇଟି ବନ୍ଧୁକ, ୧୩ଟି ଗୁଳି, ଗୋଟିଏ କାର୍, ଗୋଟିଏ ବାଇକ୍ ଓ ୩ଟି ମୋବାଇଲ୍ ଜବତ କରିଛି।ତେବେ କେନ୍ଦ୍ରାପଡ଼ାର ବିକ୍ରମ ଓ ଦୀପୁ ସୁପାରି କିଲର୍ ବୋଲି ଜଣାପଡ଼ିଥିବା ବେଳେ କୁନ୍ଥା ସେମାନଙ୍କୁ ଜଣେ ବିଲ୍ଡରଙ୍କ ମୁଣ୍ଡ ଗଡ଼ାଇବାକୁ ଡକାଇଥିବା ଜଣାପଡ଼ିଛି। ରାଜଧାନୀରେ ଏକ ବଡ଼ଧରଣର ଅପରାଧ ଘଟାଇବା ପାଇଁ କେନ୍ଦ୍ରାପଡ଼ାରୁ ୨ ସୁପାରି କିଲର ଆସିଛନ୍ତି ବୋଲି ଡିସିପି ପ୍ରତୀକ ସିଂଙ୍କ ନିକଟରେ ଖବର ପହଞ୍ଚିଥିଲା ।ଏହାପରେ ଡିସିପି କେତେକ ଥାନା ଓ ସ୍ପେସାଲ ସ୍କ୍ବାଡ୍କୁ ସତର୍କ ରହିବାକୁ କଡ଼ା ନିର୍ଦ୍ଦେଶ ଦେଇଥିଲେ । ରାତି ପାଖାପାଖି ୧୧ଟା ବେଳକୁ ସୁପାରି କିଲର୍ଦ୍ବୟ ଜଟଣୀ ଅଞ୍ଚଳର ଡେରା ପକାଇବାସହ ଜଣେ ଜମି ବ୍ୟବସାୟୀଙ୍କୁ ଟାର୍ଗେଟ୍ କରାଯାଇଛି ବୋଲି ପୁଲିସ ଜାଣିବାକୁ ପାଇଥିଲା।ଏହାପରେ ତାଙ୍କୁ ଧରିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲା । ବିଳମ୍ଭିତରାତିରେ କଳାରଙ୍ଗର ବାଇକକୁ ରୋକିବା ପରେ ସେ ଖସିଯିବାରୁ ପାଲେିସର ସନ୍ଦେହ ଆସିବାପରେ ପୋଲିସ ସେମାନଙ୍କୁ ପିଛା କରି ଖୁଦୁପୁର ଛକରେ ଧରିବାରେ ସକ୍ଷମ ହୋଇଥିଲା ।
