ପୋଲ ଉପରେ ପ୍ରବାହିତ ହେଲା ନଦୀ ଜଳ

0 203

ମାଲକାନଗିରି ୧୨/୮ (ଏସ ଏସ ନିୟୁଜ) ମାଲକାନଗିରିରେ ଗତ ୩ଦିନ ଧରି ଲଗାଣ ବର୍ଷା ଲାଗିରହିଛି । ଲଗାଣ ବର୍ଷା ଯୋଗୁ ସାଧାରଣ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି ।ବର୍ଷାର ପରିମାଣ ଏତେ ଯେ କାଙ୍ଗୁରକୋଣ୍ଡା ଛକ ଉପରେ ପାଣି ସୁଅ ଚାଲିଛି ।ଏହା ସହିତ ଘର ଭିତରେ ବର୍ଷ ପାଣି ଭାସୁଥିବାର ଦେଖିବାକୁ ମିଳିଛି ।ପାଣି ପାଗ ବିଭାଗ ର କହିବା ଅନୁସାରେ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ରହିଛି।ତେବେ ଲଗାଣ ବର୍ଷା ଯୋଗୁନଦୀରେ ଜଳ ସ୍ତର ବଢିବା ସହ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ସମ୍ଭବନା ସୃଷ୍ଟି ହୋଇଛି ।କାଲିମେଳା ବ୍ଲକ ଅନ୍ତର୍ଗତ ଏମଭି-୯୬, କାଙ୍ଗୁରୁକୋଣ୍ଡା ପୋଲ ଉପରେ ନଦୀ ଜଳ ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି ।କାଲିମେଳା ଠାରୁ ମୋଟୁ ଅଞ୍ଚଳକୁ ଯାତାୟତରେ ବାଧା ଉପୁଜିଛି । ଏହି ଅଞ୍ଚଳ ମାନଙ୍କୁ ଗାଡିମଟର ଚଳାଚଳ ବନ୍ଦ ରହିଛି । ପୋଲର ଉଭୟ ପାର୍ଶ୍ବେ ଲୋକେ ଅଟକି ରହିଥିବା ଜଣାପଡ଼ିଛି ।

(ମାଲକାନଗିରିରୁ ବାଦଲ କୁମାର ବିଶ୍ଵାଳଙ୍କ  ରିପୋର୍ଟ )

Leave A Reply

Your email address will not be published.