ପ୍ରଦୀପ ମହାରଥିଙ୍କ ଅକାଳ ବିୟୋଗରେ ନିରବ ପାର୍ଥନା

0 309

ଡେଲାଙ୍ଗ ୫/୧୦ (ଏସଏସନିୟୁଜ ) ପିିପିଲି ନିର୍ବାଚନ ମଣ୍ଡଳିରୁ ୭ ଥର ପ୍ରତିନିଧିତ୍ୱ କରିଥିବା ବିଧାୟକ,ତଥା ପୂର୍ବତନ ମନ୍ତ୍ରୀ ,ବିଜେଡିର ସ୍ପଷ୍ଟବାଦୀ ବରିଷ୍ଠ ନେତା ପ୍ରଦୀପ ମହାରଥିଙ୍କ ପରଲୋକ ଘଟିଛି । ଏନେଇ ଆଜି ଡେଲାଙ୍ଗ ବ୍ଲକ ପରିସରରେ ଆଜି ଶୋକସଭା ସହ ନିରବ ପାର୍ଥନା କରାଯାଇଛି । ଏହି ଅବସରରେ ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ ସାହୁ ,ବିଡିଓ କ୍ଷୀରୋନ୍ଦ୍ର ପ୍ରଧାନ,ମହିଳା ମହାସଂଘ ସମ୍ପାଦିକା ବାସନ୍ତି ସାହୁ ,ଏବିଡିଓ ପ୍ରଦିପ୍ତ ନାୟକ, ଉପାଧ୍ୟକ୍ଷାଙ୍କ ପ୍ରତିନିଧି କବିନ୍ଦ୍ର ବଳବନ୍ତରାୟ,ସିଡିପିଓ ହାରାମଣି ନାୟକ, ସମିତିସଭ୍ୟ ବାସୁଜେନା,ଅଭିମନ୍ୟୁ ରାଉତ,ଧାନକେରା ସରପଂଚ ପ୍ରସନ୍ନ ଜେନା,ଚାଇଁପୁର ସରପଂଚ ପଦ୍ୟୁମ୍ନ ପରିଡା,ଶ୍ରୀପୁରୁଷୋତ୍ତମପୁର ସରପଂଚ ବାଲୁଙ୍କେଶ୍ୱର ମହାପାତ୍ର,ବ୍ଲକ ସମାଜ ମଙ୍ଗଳ ଅଧକାରୀ ତପନ ଚନ୍ଦ୍ର ଦାଶ, ଦୁର୍ବାଶା ନିଶଙ୍କ,ପୂର୍ବତନ ଆତ୍ମାର ଅଧ୍ୟକ୍ଷ ବସନ୍ତ ବେହେରା ସହି ତ ସମସ୍ତ ସରପଂଚ ଓ ସମିତି ସଭ୍ୟ/ସଭ୍ୟା ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତ ପ୍ରଦୀପ ମହାରଥିଙ୍କ ପଟୋଚିତ୍ରରେ ପୁଷ୍ପମାଲ୍ୟାର୍ପଣ ପ୍ରଦାନ କରିଥିବା ବେଳେ ପ୍ରଦୀପ ପ୍ରଜ୍ଜଳନ କରିଥିଲେ । ଅମର ଆତ୍ମାର ସତଗତି କାମନା କରିବା ସହିତ ୨ ମିନିଟ ନିରବ ପାର୍ଥନା କରିଥିଲେ । ସେହିପରି ଚାଇଁପୁର ପଂଚାୟତ କାର୍ଯ୍ୟାଳୟ ପରିସରରେ ସରପଂଚ ପ୍ରଦ୍ୟୁମ୍ନ ପରିଡାଙ୍କ ତତ୍ୱାବଧାନତାରେ ମହାରଥିଙ୍କ ଅକାଳ ବିୟୋଗରେତାଙ୍କ ଅମର ଅମରଆତ୍ମାର ସଦଗତି କାମନା କରି ଅଶ୍ରୁଳଶ୍ରଦ୍ଧାଞ୍ଜନ ସହିତ ନିରବ ପାର୍ଥନା କରାଯାଇଛି ।୧୯୫୫ ମସିହା ଜୁଲାଇ ୪ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ହୋଇଥିଲା ।ପୁରୀ ସାମନ୍ତ ଚନ୍ଦ୍ର ଶେଖର ସ୍ୱୟଂଶାସିତ ମହା ବିଦ୍ୟାଳୟରୁ ସେ ତାଙ୍କର ଛାତ୍ର ନେତା ଭାବେ ରାଜନୌତିକ ଜିବନ ଆରମ୍ଭ କରିଥିଲେ । ୧୯୮୫ ମସିହାରେ ପିପିଲି ନିର୍ବାଚନ ମଣ୍ଡଳିରୁ ନିର୍ବାଚିତ ହୋଇଥିଲେ । ସେତେବେଳେ ସେ ଜତନା ପାର୍ଟର ସଦଶ୍ୟ ଥିଲେ । ୧୯୮୫ ଓ ୧୯୯୦ ମସିହାରେ ଜନତା ଦଳ ରୁ ଟିକେତ ପାଇ ସେ ବିଧାୟକ ହୋଇଥିଲେ । ୧୯୯୫ରେ କଂଗ୍ରେସ ପାର୍ଥୀ ଯୁଧିଷ୍ଠିର ସାମନ୍ତରାୟଙ୍କ ଠାରୁ ପରାଜିତ ହୋଇଥିଲେ । ତାପରଠାରୁ ଲଗାତର ଭାବେ ୨୦୦୦, ୨୦୦୪, ୨୦୦୯,୨୦୧୪,ଓ ୨୦୧୯ ରେ ଲଗାତର ଭାବେ ସେ ବିଜୟୀ ହୋଇଥିଲେ । ବିଭିନ୍ନ ସମୟରେ କୃଷି ଓ ପଂଚାୟତରାଜ ମନ୍ତ୍ରୀ ଭାବେ କାର୍ଯ୍ୟତୁଲାଇଥିଲେ ।(ଡେଲାଙ୍ଗରୁ ଚିତ ଜେନାଙ୍କ ରିପୋର୍ଟ )

Leave A Reply

Your email address will not be published.