ପ୍ରଦୀପ ମହାରଥିଙ୍କ ଅକାଳ ବିୟୋଗରେ ଶ୍ରଦ୍ଧାସୁମନ

0 525

ଡେଲାଙ୍ଗ,୫/୧୦(ଏସଏସନିୟୁଜ )ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଚାଇଁପୁର ପଂଚାୟତର ଭାରତ ନିର୍ମାଣ ରାଜିବ ଗାନ୍ଧି ସେବା କେନ୍ଦ୍ରଠାରେ ଆଜି ସଂନ୍ଧ୍ୟାରେ ସ୍ୱର୍ଗତ ପ୍ରଦୀପ ମହାରଥିଙ୍କ ଅକାଳ ବିୟୋଗରେ ଧୂପ ,ଦୀପ,ଓ ମହମବତୀ ଜାଳି ଗଭିରତମ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଛି ।ସରପଂଚ ପ୍ରଦ୍ୟୁମ୍ନ ପରିଡାଙ୍କ ତତ୍ୱାବଧାନତା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୱାର୍ଡ ସଭ୍ୟ/ସଭ୍ୟା,ଏନ.ଏମ,ଅଙ୍ଗନବାଡି କର୍ମୀ, ଆଶାକର୍ମୀ,ଛାତ୍ର,ଯୁବକ ପ୍ରମୁଖ ଉପସ୍ଥିତ ଥିଲେ । ସ୍ୱର୍ଗତ ମହାରଥିଙ୍କ ସ୍ମୃତିଚାରଣ କରାଯିବା ସହିତ ପ୍ରଦୀପ ମହାରଥି ଅମର ରହେ ଧ୍ୱନୀ ମାଧ୍ୟମରେ ଗତାୟୁ ବିଧାୟକଙ୍କୁ ଅଶ୍ରୁଳଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା । ସୌଭାଗିନି ଗିରି,ପ୍ରମିଳା ପରିଡା,ସରଶ୍ୱତୀ ଅଚାର୍ଯ୍ୟ,କୌଶଲ୍ୟା ଦାସ,ରମେଶ ପରିଡା,ଦୁଷ୍ମନ୍ତ ଦାସ,ଛାତ୍ରନେତା ରଘୁନାଥ ନାୟକ, ସୁକାନ୍ତ ବେହେରା,ବସନ୍ତ ନାୟକ,କୃର୍ଷ୍ଣଚନ୍ଦ୍ର ପରିଡା,ବେଣୁଧର ବାରିକ,ଅଶୋକ ବେହେରା,ସୁନିଲ ପରିଡା ପ୍ରମୁଖ ଏହି ଶ୍ରଦ୍ଧାଞ୍ଜଳୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।(ଡେଲାଙ୍ଗରୁ ଚିତଜେନାଙ୍କ ରିପୋର୍ଟ )

Leave A Reply

Your email address will not be published.