ପ୍ରକାଶ ପାଇଲା ୟୁଜି ସ୍ପଟ୍ ନାମଲେଖା ମେଧା ତାଲିକା: ଜାଣନ୍ତୁ କେବେ ହେବ ନାମଲେଖା

0 242

ଭୁବନେଶ୍ବର,୧୭/୧(ଏସଏସନିୟୁଜ)ରାଜ୍ୟରେ ବିଶ୍ୱବିଦ୍ୟାଳୟ, ସ୍ୱୟଂଶାସିତ ମହାବିଦ୍ୟାଳୟ ଓ ଡିଗ୍ରୀ କଲେଜମାନଙ୍କରେ ପିଜି ସ୍ପଟ୍ ନାମଲେଖା ପାଇଁ ମେଧା ତାଲିକା ପ୍ରକାଶ ପାଇଛି । ତାଲିକାରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀମାନେ ଚଳିତ ମାସ ୧୬ରୁ ୨୦ ତାରିଖ ମଧ୍ୟରେ ନିର୍ଦ୍ଧାରିତ ଶିକ୍ଷାନୁଷ୍ଠାନମାନଙ୍କରେ ଉପସ୍ଥିତ ରହିବେ ।
ତେବେ ଖାଲି ପଡ଼ିଥିବା ସିଟ୍ ଗୁଡ଼ିକରେ ନାମ ଲେଖା ପାଇଁ ଚୂଡ଼ାନ୍ତ ମେଧା ତାଲିକା ଆସନ୍ତା ୨୦ ତାରିଖ ଅପରାହ୍ଣ ୫ଟାେରେ ପ୍ରକାଶ ପାଇବ । ତାଲିକାରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀଙ୍କ ଡକ୍ୟୁମେଣ୍ଟ ଯାଞ୍ଚ ସହ ଫି ପୈଠ ୨୧ ଓ ୨୨ ତାରିଖ ସକାଳ ୧୦ଟାରୁ ଅପରାହ୍ଣ ୫ଟା ମଧ୍ୟରେ ହେବ । ଆସନ୍ତା ୩୧ ତାରିଖ ସୁଦ୍ଧା ସମସ୍ତ ବିଶ୍ୱବିଦ୍ୟାଳୟରେ ଓ କଲେଜମାନଙ୍କରେ ନାମଲେଖା କାର‌୍ୟ୍ୟ ଶେଷ କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.