ପ୍ରସନ୍ନଙ୍କ ପ୍ରଶଂସନୀୟ କାର୍ଯ୍ୟ , ପୁଅକୁ ସାଙ୍ଗରେ ଧରି ପଶୁପକ୍ଷୀଙ୍କୁ ଖାଇବାକୁ ଦେଲେ ଖାଦ୍ୟ

0 266

ବାରଙ୍ଗ,୨/୪(ଏସଏସନିୟୁଜ)ଲକ୍‌ଡାଉନ ସମୟରେ ପଶୁପକ୍ଷୀମାନଙ୍କ ଦୁର୍ଦ୍ଦଶା ବଢିଯାଇଛି । ଦେବାଳୟ, ତିର୍ଥସ୍ଥାନ, ପର୍ଯ୍ୟଟନସ୍ଥଳୀ ସାଙ୍ଗକୁ ଦୋକାନ ବଜାର ବନ୍ଦ ରହିବାରୁ ବୁଲା ଗୋରୁଗାଇ,କୁୁକୁର,ମାଙ୍କଡ ଆଦି ଖାଇବାକୁ ନପାଇ ବହୁ କଷ୍ଟରେ ଦିନ କାଟୁଛନ୍ତି ।ଏହାସହ ଖଟିକିଆ ଓ ଦିନମଜୁରିଆମାନେ ମଧ୍ୟ ସମଦଶା ଭୋଗୁଛନ୍ତି ।ଗରିବ ଲୋକମାନଙ୍କ ପାଇଁ ସରକାର ରନ୍ଧାଖାଦ୍ୟ ପ୍ରଦାନ କରିବାକୁ ପଂଚାୟତସ୍ତରରେ ବ୍ୟବସ୍ଥା କରିଛନ୍ତି । ଏହିସମୟରେ ଦେବଦୁତ ସାଜି କିଛି ସ୍ୱେଛାସେବୀମାନେ ଘରୁ ବାହାରି ଗରିବ ଲୋକମାନଙ୍କ ସହ ବୁଲାଗୋରୁଗାଇ,କୁକୁର,ମାଙ୍କଡମାନଙ୍କୁ ଖାଇବାକୁ ଦେଉଥିବାର ଦେଖିବାକୁ ମିଳିଛି ।ବରିମୁଣ୍ଡଗ୍ରାମପଂଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଶନ୍ନକୁମାର ବାରିକ ତାଙ୍କ ପୁଅକୁ ସାଙ୍ଗରେ ଧରି ଘରବାହାରେ ଛିଡା ହୋଇ ବିସ୍କୁଟ,ରୁଟି,କାକୁଡି,କଦଳି ଆଦି ଖାଦ୍ୟ ପାଟିଫିଟୁନଥିବା ନିରିହ ପଶୁପକ୍ଷୀମାନଙ୍କୁ ଖାଇବାକୁ ଦେଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।

ସେହିଭଳିଭାବେ ଦାଢାସମବାୟସମିତିର ପୁର୍ବତନ ସଭାପତି ଜନକ ମାଝୀଙ୍କ ନେତୃତ୍ୱରେ ଅସିତ୍‌ସାମଲ,ଅମୁଲ୍ୟଜେନା,ଲଲାଟେନ୍ଦ୍ରୁପ୍ରଧାନ.କାଳନ୍ଦିଜେନାକୁ ନେଇ ଗଠିତ ସ୍ୱେଛାସେବୀ ଦଳ ଦାଢା ପଂଚାୟତର ବିଭିଣ୍‌ର୍ ଗ୍ରାମକୁ ଯାଇ ୪୦ରୁ ଉର୍ଦ୍ଧ ଗରିବ,ଅସହାୟ,ଓ ବିକାରୀ ଲୋକମାନଙ୍କୁ ପ୍ରାଥମିକ ପର୍ଯ୍ୟାୟରେ ସୁଖିଲା ଖାଦ୍ୟ ଅଟା,ଚୁଡା, ଡାଲି,ବିସ୍କୁଟ, ଚିନି,ପାଣିବୋତଲ ଆଦି ବଂଟାଯାଇଥିବାର ଜଣାପଡିଛି ।ଯୁବକମାନଙ୍କର ଏହି କାର୍ଯ୍ୟକୁ ପଂଚାୟତର ଜନସାଧାରଣ ପ୍ରଂସଶା କରିଛନ୍ତି ।

Leave A Reply

Your email address will not be published.