ପ୍ରଥମପର୍ଯ୍ୟାୟ ପ୍ରାର୍ଥୀତାଲିକା ଘୋଷଣା କଲା ବିଜେପି

ପ୍ରାର୍ଥୀ ତାଲିକାରେ ଓଡ଼ିଶା ନାହି

0 116

ଭୁବନେଶ୍ୱର,୨ା୩(ଏସଏସନିଉଜ)ପ୍ରଥମପର୍ଯ୍ୟାୟ ପ୍ରାର୍ଥୀତାଲିକା ଘୋଷଣା କରିଛି ବିଜେପି । ପ୍ରଥମପର୍ଯ୍ୟାୟରେ ୧୯୫ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି ।୧୬ ରାଜ୍ୟ ଏବଂ ୨ କେନ୍ଦ୍ରଶାସିତ ଅଞ୍ଚଳରୁ ୧୯୫ ଜଣପ୍ରାର୍ଥୀ ହୋଇଛନ୍ତି ।ଏଥିମଧ୍ୟରେ ଉତ୍ତର ପ୍ରଦେଶରୁ ସର୍ବାଧିକ ୫୧ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇଛି ବିଜେପିର ପ୍ରଥମପର୍ଯ୍ୟାୟ ତାଲିକାରେ ୩୪ କେନ୍ଦ୍ରମନ୍ତ୍ରୀ ଓ ଲୋକସଭାର ବାଚସ୍ପତି ସ୍ଥାନ ପାଇଛନ୍ତି ।ଏହି ତାଲିକାରେ ୪୭ ଯୁବନେତା ଓ ୨୮ ଜଣ ମହିଳାଙ୍କୁ ସାମିଲ କରାଯାଇଛି । ବାରଣାସୀରୁ ଲଢ଼ିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ,ଗାନ୍ଧିନଗରରୁ ଗୃହମନ୍ତ୍ରୀ ଅମିତ ଶାହ ,ପ୍ରଥମପର୍ଯ୍ୟାୟ ତାଲିକାରେ ସ୍ଥାନ ପାଇଛନ୍ତି ୫୭ ଓବିସି ପ୍ରାର୍ଥୀାତେବେ ରାଜସ୍ଥାନ , ଗୁଜରାଟରୁ ୧୫ଟି ଲେଖାଏଁ ପ୍ରାର୍ଥୀ ଘୋଷଣା ,ମଧ୍ୟପ୍ରଦେଶରୁ ୨୪ , ଉତ୍ତରପ୍ରଦେଶରୁ ୫୧ , ପଶ୍ଚିମବଙ୍ଗରୁ ୨୦ପ୍ରାର୍ଥୀ ,କେରଳରୁ ୧୨ , ତେଲେଙ୍ଗାନାରୁ ୯ , ଆସାମ ଓ ଝାଡ଼ଖଣ୍ଡରୁ ୧୧ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଥିବାବେଳେ ପ୍ରଥମପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଓଡ଼ିଶାର କୌଣସି ସିଟ୍ ପାଇଁ ପ୍ରାର୍ଥୀ ଘୋଷଣା କରିନି ବିଜେପିା ଅରୁଣାଚଳ ୱେଷ୍ଟରୁ ଲଢ଼ିବେ କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁାଦିବ୍ରୁଗଡ଼ରୁ ଲଢ଼ିବେ କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ।କୋର୍ବାରୁ ସରୋଜ ପାଣ୍ଡେ , ରାୟପୁରରୁ ବ୍ରିଜମୋହନ ଅଗ୍ରୱାଲ.ଦିଲ୍ଲୀ ଚାନ୍ଦିନୀଚୌକ- ପ୍ରବୀଣ ଖଣ୍ଡେଲୱାଲ , ନର୍ଥଇଷ୍ଟ ଦିଲ୍ଲୀ- ମନୋଜ ତିୱାରୀ ,ନୂଆଦିଲ୍ଲୀ- ବାଂସୁରୀ ସ୍ବରାଜ , ପୋରବନ୍ଦର- ମନସୁଖ ମାଣ୍ଡଭୀୟ,ଉଦ୍ଦମପୁର- ଜିତେନ୍ଦ୍ର ସିଂହ , ଜମ୍ମୁ- ଯୁଗଳ କିଶୋର ଶର୍ମା ,ଖୁଣ୍ଟି- ଅର୍ଜୁନ ମୁଣ୍ଡା , ତିରୁବନନ୍ତପୁରମ- ରାଜୀବ ଚନ୍ଦ୍ରଶେଖର-ଗୁନା- ଜ୍ୟୋତିରାଦିତ୍ୟ ସିନ୍ଦିଆ , ବିଦିଶା- ଶିବରାଜ ସିଂ ଚୌହ୍ୱାନ ,ବିକାନିର- ଅର୍ଜୁନରାମ ମେଘୱାଲ , ଅଲୱାର- ଭୂପେନ୍ଦ୍ର ଯାଦବ ,ଯୋଧପୁର- ଗଜେନ୍ଦ୍ର ସିଂ ଶେଖାୱତ , କୋଟା- ଓମ୍ ବିର୍ଲା ,ସିକନ୍ଦରାବାଦ- ଜି. କୀଷନ ରେଡ୍ଡୀ , ତ୍ରିପୁରା ପଶ୍ଚିମ- ବିପ୍ଳବ ଦେବ ,ମଥୁରା- ହେମା ମାଳିନୀ , ଖେରି- ଅଜୟ ମିଶ୍ରା ଟେନି ।

Leave A Reply

Your email address will not be published.