ପ୍ରତ୍ୟାହାର ହେଲା ମଦ କୁଡ଼ିଆ ଯୋଜନା

0 207

ପୁରୀ,୩୦/୭(ଏସଏସନିୟୁଜ) ପୁରୀ ବେଳାଭୂମିକୁ ଅଧିକରୁ ଅଧିକ ପର‌୍ୟ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଗୋଆ ଭଳି ପୁରୀ ବିଚ୍ ରେ ମଦ କୁଡ଼ିଆ କରାଯିବା ନେଇ ଓଟିଡିସି ପକ୍ଷରୁ ଯୋଜନା ହୋଇଥିଲା । ଐତିହ୍ୟର ସହର ପୁରୀରେ ଏଭଳି ଏକ ବ୍ୟବସ୍ଥାକୁ ଆରମ୍ଭ ନ କରିବା ପାଇଁ ବିଭିନ୍ନ ମହଲରୁ ଦାବି କରାଯାଇଥିଲା ।ଏପରିକି ଜଗତଗୁରୁ ଶଙ୍କରାଚାର୍ଯ୍ୟ ମଧ୍ୟ ଏହି ପ୍ରସଙ୍ଗକୁ ନାପସନ୍ଦ କରିଥିଲେ । ଏହାପରେ ପୁରୀ ବେଳାଭୂମିରେ ମଦ କୁଡ଼ିଆ ଯୋଜନାକୁ ପ୍ରତ୍ୟାହାର କରାଯାଇଥିବା ନେଇ ପୂରୀ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.