ମାର ଚାଷଜମିରେ ପୁଅ ପକାଇଲା ବିଷାକ୍ତ ଔଷଧ

କୁକୁଡାଖଣ୍ଡି,୩୦।୭(ଏସଏସନିଉଜ)ଗଞ୍ଜାମଜିଲ୍ଲା ସଦରଥାନା ଅନ୍ତର୍ଗତ ରୋହିଗାଁ ପଞ୍ଚାୟତ ନଳିହାଡ ଗ୍ରାମରେଦେଖିବାକୁ ମିଳିଛି ମାର ଚାଷଜମି (ତୈଳି କିଆରୀ)ରେ ସାନପୁଅ ବିଷାକ୍ତଔଷଧ ପକେଇ ତୈଳି କିଆରୀକୁ ସଂପୂର୍ଣ୍ଣ ନଷ୍ଟ କରିଥିବା ଅଭିଯୋଗ ହୋଇଛି। ସୁଦଷ୍ଣା ବିଷୋୟୀଙ୍କ ସାନପୁଅ ବାବୁଲା ବିଷୋୟୀ ନିଜ ମାଉପରେ ରାଗ ରଖି ତୈଳିକିଆରୀ ଜମିରେ ବିଷାକ୍ତ ଔଷଧ ପକେଇ ସଂପୂର୍ଣ୍ଣ କରିଦେଇଛି । ବାବୁଲା ବିଷାକ୍ତ ଔଷଧ ପକେଇବା ସମୟରେ ଗ୍ରାମର କିଛି ମହିଳା ଓ ପୁରୁଷ ଦେଖିଥିଲେ । ଖବରପାଇ ସୁଦଷ୍ଣା ଘଟଣାସ୍ଥଳରେ ପହଞ୍ଚି ଦେଖିବା ପରେ ଘଟଣାକୁ ନେଇ ପୁଅ ବିରୋଧରେ ସଦରଥାନା ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ।

- Advertisement -

Leave A Reply

Your email address will not be published.