ପୁଣି ବିବାଦରେ ପୂର୍ବତନ ମନ୍ତ୍ରୀଙ୍କ ପୁଅ

ସକାଳର ଖବର,୧୭-ଜୁନ-୨୦୨୧,ଗୁରୁବାର

0 226

➡️୧-ଏଥର ମଧ୍ୟ ବିନା ଭକ୍ତରେ ହେବ ଦେବସ୍ନାନ ପୂର୍ଣ୍ଣିମା । ଜୁଲାଇ ୨୫ ପର୍ଯ୍ୟନ୍ତ ସାଧାରଣ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ। ରଥଯାତ୍ରା ପରେ ମହାପ୍ରଭୁଙ୍କ ଦର୍ଶନ ଦେଇ ନିଆଯିବ ପରବର୍ତ୍ତୀ ନିଷ୍ପତ୍ତି ।
➡️୨-ଆଜିଠାରୁ ଜୁଲାଇ ୧ ସକାଳ ଯାଏଁ ରାଜ୍ୟରେ ଆଂଶିକ ଲକଡାଉନ୍‌ ଲାଗୁ, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ୧୭ଟି ଜିଲ୍ଲାକୁ ‘ଏ’ କାଟାଗୋରୀ ଏବଂ ଅନ୍ୟ ୧୩ଟି ଜିଲ୍ଲାକୁ ‘ବି’ କାଟାଗୋରୀରେ ବିଭକ୍ତ କରାଗଲା ।
➡️୩-ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ସମସ୍ତ ଦୋକାନ ସକାଳ ୬ରୁ ସଂଧ୍ୟା ୫ଟା ଏବଂ ଉପକୂଳ ଓ ଉତ୍ତର ଓଡ଼ିଶାରେ ସକାଳ ୬ରୁ ଦିନ ଗୋଟାଏ ଯାଏଁ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବାକୁ ମିଳିଲା ଅନୁମତି ।
➡️୪-ସୁନା ଅଳଙ୍କାର ପାଇଁ ଶୁଦ୍ଧତାର ଗ୍ୟାରେଣ୍ଟି ଦେଉଥିବା ହଲମାର୍କିଂକୁ ବାଧ୍ୟତାମୂଳକ କରିଲେ ସରକାର । ପର୍ଯ୍ୟାୟକ୍ରମେ ଏହି ନିୟମକୁ ଦେଶର ୨୫୬ ଜିଲ୍ଲାରେ ଲାଗୁ କରାଯିବ ।
➡️୫-“ଗଭୀର ମହାସାଗର ଅଭିଯାନ”କୁ ୪ ହଜାର ୭୭ କୋଟି ଟଙ୍କା କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ ।
➡️୬-୨୦୨୧-୨୨ ବର୍ଷ ପାଇଁ ଫସଫରସ ଏବଂ ପୋଟାସ ସାର ଉପରେ ପୁଷ୍ଟିକରଭିତିକ ସବସିଡ଼ି ହାରକୁ କ୍ୟାବିନେଟର ଅନୁମୋଦନ ।
➡️୭-ଆଜିଠାରୁ ରାଜ୍ୟର ସମସ୍ତ ଗାଡ଼ି ଶୋ’ରୁମ ଖୋଲିବା ସହ ‘ବାହାନ’ ପୋର୍ଟାଲ ମାଧ୍ୟମରେ ଡିଲରମାନେ ନୂଆ ଗାଡ଼ି ପଞ୍ଜିକରଣ କରିପାରିବେ ।
➡️୮-ଦିଲ୍ଲୀ ସରକାରଙ୍କ କଡା ଘୋଷଣା, ଏଣିକି ରାସ୍ତାରେ ପୁରୁଣା କାର୍ ଚଳାଇଲେ ଲାଗିବ ଫାଇନ୍ । ଯଦି ୧୦ ବର୍ଷରୁ ଅଧିକ ପୁରୁଣା ଡିଜେଲ କାର ଓ ୧୫ ବର୍ଷରୁ ଅଧିକ ପୁରୁଣା ପେଟ୍ରୋଲ କାର ହୋଇଥିବ ।
➡️୯-ଏଣିକି ରାସନକାର୍ଡ ଥିବା ଫୋଟୋ ଦେଖାଇ ଟିକା ନେଇ ପାରିବେ ହିତାଧିକାରୀ । ନିର୍ଦ୍ଦେଶ କାର୍ଯ୍ୟକାରୀ କରିବାକୁ କହିଲେ ACS ପ୍ରଦୀପ୍ତ ମହାପାତ୍ର ।
➡️୧୦-ବିଦେଶ ଯାତ୍ରା ପାଇଁ ବଦଳିଲା କୋଭିଶିଲଡ୍ ଟିକାର ଦ୍ୱିତୀୟ ଡୋଜ୍ ଅବଧି । ଏଣିକି ଟିକାର ଦ୍ୱିତୀୟ ଡୋଜ୍‌କୁ ୨୮ଦିନ ପରେ ଓ ୮୪ଦିନ ପୂର୍ବରୁ ନେଇପାରିବେ ନାଗରିକ ।
➡️୧୧-ଖଣି ଅଂଚଳରେ ପଡ଼ି ରହିଥିବା ୧୦ ହଜାର କୋଟି ମୂଲ୍ୟର ୧୬.୫ ମିଲିୟନ ଟନ୍ ଲୁହା ପଥରକୁ ବଜାରରେ ବିକ୍ରି କରିବା ପାଇଁ ବିଧାୟକ ମୋହନ ମାଝିଙ୍କ ଦାବି ।
➡️୧୨-ବ୍ଲୁମ୍‌ବର୍ଗ-୨୦୨୧ ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ : ବିଶ୍ୱର ୫୦ଟି ସହର ଭିତରେ ସ୍ଥାନ ପାଇଲା ରାଉରକେଲା ।
➡️୧୩-ପୁଣି ବିବାଦରେ ପୂର୍ବତନ ମନ୍ତ୍ରୀ ବଦ୍ରିପାତ୍ରଙ୍କ ପୁଅ, ଟୁଟୁ ପାତ୍ର । ଦୁଷ୍କର୍ମ ହୋଇଥିବା ଜଣେ ଯୁବତୀଙ୍କୁ ମାମଲା ହଟାଇବା ପାଇଁ ଚାପ ପକାଉଥିବା ଅଭିଯୋଗ ।
➡️୧୪-ପୁରୁଣା ବୟନାକୁ ନେଇ ନୂଆ ବିବାଦରେ ଫସିଲେ ମିଥୁନ ଚକ୍ରବର୍ତି । ନିର୍ବାଚନ ସମୟରେ ଦେଇଥିବା ଭାଷଣକୁ ନେଇ ପଶ୍ଚିମବଙ୍ଗ ପୁଲିସର ଛାନଭିନ୍ ।
➡️୧୫-କେନ୍ଦ୍ର ସରକାରଙ୍କ ବଡ ପଦକ୍ଷେପ ୪୧ ଅର୍ଡିନାନ୍ସ ଫ୍ୟାକ୍ଟ୍ରିକୁ ସାତ କର୍ପୋରେଟ୍ କମ୍ପାନୀରେ ପରିଣତ କରିବାକୁ ନିଷ୍ପତ୍ତି ।
➡️୧୬-ଭାରତରେ ବଢିଲା ଟ୍ୱିଟର ଅଡୁଆ । ନୂଆ ଆଇଟି ଆଇନ ନମାନିବାରୁ ଆଇନଗତ ସୁରକ୍ଷା ହଟାଇ ନେଲେ ସରକାର । ପ୍ରଥମ ରାଜ୍ୟ ଭାବେ ୟୁପିରେ ଟ୍ୱିଟର ବିରୋଧରେ ମାମଲା ରୁଜ ।
➡️୧୭-ଜୁନ୍ ୧୮ରେ କୋଭିଡ-୧୯ ସମ୍ମୁଖ ଯୋଦ୍ଧାଙ୍କ ପାଇଁ ‘ଅନୁକୂଳ କ୍ରାଶ କୋର୍ସ କାର୍ଯ୍ୟକ୍ରମ’ର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ।
➡️୧୮-ରାଜ୍ୟରେ ପୁଣି ପେଟ୍ରୋଲ ୨୯ ପଇସା ଏବଂ ଡିଜେଲ ୧୭ ପଇସା ବୃଦ୍ଧି । ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଦେଶର ୯ ରାଜ୍ୟରେ ପେଟ୍ରୋଲ ଦର ୧୦୦ ଟଙ୍କା ପାର କଲାଣି ।
➡️୧୯-ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ: କୋହଲିଙ୍କ ପାଖରେ ଆଉ ଏକ ରେକର୍ଡର ସୁଯୋଗ । ଯଦି କୋହଲି ନ୍ୟୁଜିଲାଣ୍ଡ ବିପକ୍ଷରେ ଶତକ ହାସଲ କରନ୍ତି, ତେବେ ଅଧିନାୟକ ହିସାବରେ ଅନ୍ତର୍ଜାତୀୟ କ୍ରିକେଟରେ ଅଧିକ ଶତକ ହାସଲ କରିଥିବା ଖେଳାଳି ହୋଇପାରିବେ
➡️୨୦-ଗାଙ୍ଗୁଲି-ଦ୍ରାବିଡ-କୁମ୍ବଲେଙ୍କ ରେକର୍ଡ ଭାଙ୍ଗିଲେ ମିତାଲି ଓ ଝୁଲନ, କେବଳ ଆଗରେ ଅଛନ୍ତି ସଚିନ । ଭାରତ ପାଇଁ ସବୁଠୁ ଅଧିକ ସମୟ ଧରି ଟେଷ୍ଟ ଖେଳିବାରେ ମହିଳା କ୍ରିକେଟ୍‌ର ହେବାର ଗୌରବ ଅର୍ଜନ କରିଲେ ।
ପ୍ରତ୍ୟେକ ବ୍ୟକ୍ତି ଟୀକା ନିଅନ୍ତୁ,ସର୍ବଦା ମାସ୍କ ପିନ୍ଧନ୍ତୁ, ହାତ ଧୁଅନ୍ତୁ ଓ ସାମାଜିକ ଦୂରତା ବଜାୟ ରଖନ୍ତୁ । ଶୁଭ ସକାଳ,ସୁପ୍ରଭାତ ।

Leave A Reply

Your email address will not be published.