ପୁଣି ୧୩୮୪ ଆକ୍ରାନ୍ତ ଚିହ୍ନଟ ଓ ୧୦ ମୃତ

0 818

ଭୁବନେଶ୍ଵର ,୩/୮(ଏସ୍‌.ଏସ୍‌.ନିୟୁଜ) ପୁଣି ଆଜି ୨୬ଟି ଜିଲ୍ଲାରୁ ୧୩୮୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେଗଞ୍ଜାମରୁ ସର୍ବାଧିକ ୩୩୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୨୧୧ ଏବଂ କୋରାପୁଟରୁ ୯୭ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୋଳରୁ ୧୩, ବାଲେଶ୍ୱର ୭୯,ବରଗଡ଼ ୩୩, ଭଦ୍ରକ ୨୫, ବଲାଙ୍ଗୀର ୫୧, କଟକ ୮୯, ଢେଙ୍କାନାଳ ୧୧, ଗଜପତି ୬୧, ଜଗତସିଂହପୁର ୨୨, ଯାଜପୁର ୧୮, ଝାରସୁଗୁଡ଼ା ୭, କଳାହାଣ୍ଡି ୪, କେନ୍ଦ୍ରାପଡ଼ା ୧୧, ସମ୍ବଲପୁର ୯୩, ମାଲକାନଗିରି ୩୯, ମୟୂରଭଞ୍ଜ ୨୯, ନବରଙ୍ଗପୁର ୨୬, ନୟାଗଡ଼ ୨୨, ନୂଆପଡ଼ା ୫, ପୁରୀ ୧୭, ରାୟଗଡ଼ା ୩୮, ସୋନପୁର ୬ ଏବଂ ସୁନ୍ଦରଗଡ଼ରରୁ ୪୬ ଜଣ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮୭୩ କ୍ବାରେଣ୍ଟାଇନ ସେଣ୍ଟରରୁ ରହିଥିବା ବେଳେ ୫୧୧ ଜଣ ସ୍ଥାନୀୟ ଅଞ୍ଚଳରୁ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୬ ହଜାର ୨୯୭କୁ ବୃଦ୍ଧି ପାଇଛି ।ସେହିପରି ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଆଉ ୧୦ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି ।ମୃତକଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ୪ ଜଣ (୪୮,୫୪,୪୮ପୁ, ୫୪ ସ୍ତ୍ରୀ),ରାୟଗଡ଼ାରୁ ୩ ଜଣ(୭୦,୬୪,୬୧ପୁ) ଖୋର୍ଦ୍ଧାରୁ ୬୩ ବର୍ଷୀୟ ପୁରୁଷ, ଗଜପତି ଜିଲ୍ଲାରୁ ଜଣେ ୩୪ ବର୍ଷୀୟ ପୁରୁଷ, ଏବଂ କଳାହାଣ୍ଡି ଜିଲ୍ଲାରୁ ଜଣେ ୬୬ ବର୍ଷୀୟ ପୁରୁଷ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୦୭ କୁ ବୃଦ୍ଧି ପାଇଥିବାନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.