ପୁଣି ୧୪୧ ପଜିଟିଭ୍ ଚିହ୍ନଟ

0 263

ଭୁବନେଶ୍ୱର, ୨/୬(ଏସ୍‌ଏସ୍‌ନିୟୁଜ) ପୁଣି ୧୪୧ କରୋନା ପଜିଟିଭ୍ ଆଜି ଚିହ୍ନଟ ହୋଇଛନ୍ତି ।ଫଳରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୨୪୫କୁ ବୃଦ୍ଧି ପାଇଥିବା ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜିର ଚିହ୍ନଟଙ୍କ ମଧ୍ୟରେ ୧୧୦ ଜଣ କ୍ୱାରେଣ୍ଟାଇନର ହୋଇଥିବାବେଳେ ୩୧ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି ।
ଏହି ଚିହ୍ନଟଙ୍କ ମଧ୍ୟରେ ଗଞାମରୁ ୨୭,ଯାଜପୁରରୁ୧୦,ଖୋର୍ଦ୍ଧାରୁ ୨୬, ବାଲେଶ୍ବର୨ ,କେନ୍ଦ୍ରାପଡାରୁ୧୩,କଟକରୁ୬, ପୁରୀରୁ୫,ବଲାଙ୍ଗିରିରୁ୭, ଜଗତସିଂହପୁରରୁ୪ ,ନୟାଗଡରୁ୧,ସୁନ୍ଦରଗଡରୁ୮ ,ନୁଆପଡାରୁ୧୯,ଗଜପତିରୁ୪, କେନ୍ଦୁଝରରୁ୪, ମୟୁରଭଞରୁ୧, ଅନୁଗୁଳରୁ୧, ଢେଙ୍କାନାଳରୁ୨,ସମ୍ବଲପୁରରୁ ଜଣେ ଚିହ୍ନଟ ହୋଇଛନ୍ତି ।୨୨୪୫ ଜଣ ଆକ୍ରନ୍ତଙ୍କ ମଧ୍ୟରେ ୧୨୪୫ଜଣ ସୁସ୍ଥ ହୋଇଥିବାବେଳେ ୭ ଜଣଙ୍କର ମୃତ୍ୟୁ ଘଟିଛି ଓ ୯୯୧ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Leave A Reply

Your email address will not be published.