ପୁଣି ୨୬୯୮ ନୂଆ ଆକ୍ରାନ୍ତ , ମୃତ୍ୟୁ ୧୦

0 284

ଭୁବନେଶ୍ୱର,୨୧/୮ ( ଏସ ଏସ ନିୟୁଜ ) ରାଜ୍ୟରେ ପୁଣି ୩୦ ଜିଲ୍ଲାରୁ୨୬୯୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତନ୍ମଧ୍ୟରୁ ୧୬୭୫ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ ୧୦୨୩ ସ୍ଥାନୀୟ ମାମଲା ରହିଛି। କରୋନା ସଂକ୍ରମିତ ଚିହ୍ନଟଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୪୭୫, କଟକରୁ ୨୦୭, ଗଞ୍ଜାମରୁ ୧୬୨, ରାୟଗଡ଼ାରୁ ୧୫୪, କୋରାପୁଟରୁ ୧୪୬, ମୟୂରଭଞ୍ଜରୁ ୧୨୮, ସୁନ୍ଦରଗଡ଼ରୁ ୧୦୩ ଓ ବାଲେଶ୍ୱରରୁ ୧୦୨ ଜଣ ଅଛନ୍ତି। ସେହିପରି ନୟାଗଡ଼ରୁ ୯୪, ନବରଙ୍ଗ ପୁରରୁ ୯୧, ଭଦ୍ରକ ଓ କେନ୍ଦ୍ରାପଡ଼ାରୁ ୮୯ ଲେଖାଏଁ, ପୁରୀରୁ ୮୭, କନ୍ଧମାଳ ଓ ମାଲକାନଗିରିରୁ ୮୧ ଲେଖାଏଁ, ଯାଜପୁରରୁ ୮୦, ସମ୍ବଲପୁରରୁ ୭୮, ଝାରସୁଗୁଡ଼ାରୁ ୭୨, ବଲାଙ୍ଗୀରରୁ ୭୧, ଗଜପତିରୁ ୫୮, ବରଗଡ଼ରୁ ୫୬, କଳାହାଣ୍ଡିରୁ ୪୯, ସୋନପୁରରୁ ୩୧, ଅନୁଗୁଳରୁ ୨୯, ଢେଙ୍କାନାଳରୁ ୨୭, ଜଗତସିଂହପୁର ଓ କେନ୍ଦୁଝରରୁ ୨୧ ଲେଖାଏଁ, ବୌଦ୍ଧରୁ ୧୧, ନୂଆପଡ଼ାରୁ ୩ ଏବଂ ଦେବଗଡ଼ରୁ ୨ ଜଣ ଆକ୍ରାନ୍ତ ରହିଛନ୍ତି ।ଏହାଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୭୨,୭୧୮ ରେ ପହଞ୍ଚିଥିବା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ ଜରିଆରେ କୁହାଯାଇଛି।୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୧୦ କରୋନା ରୋଗୀଙ୍କର ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି।ଏହି ମୃତକଙ୍କ ମଧ୍ୟରେ ଗଞ୍ଜାମରୁ ୪, ଭୁବନେଶ୍ୱରରୁ ୨, ଅନୁଗୁଳ, ସୋନପୁର, ନୟାଗଡ଼ ଓ କୋରାପୁଟରୁ ଜଣେ ଲେଖାଏଁ ଆକ୍ରାନ୍ତ ରହିଥିବା ବେଳେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୯୦କୁ ବୃଦ୍ଧି ପାଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏବେ ରାଜ୍ୟରେ ମୋଟ ୧୧,୭୨,୪୨୬ ଜଣଙ୍କର ଟେଷ୍ଟ କରାଯାଇଥିବାବେଳେ ସେଥିମଧ୍ୟରୁ ୪୮,୫୭୬ ଜଣ ସୁସ୍ଥ ହୋଇଥିବା ବେଳେ ୨୩,୬୯୯ ଆକ୍ଟିଭ ମାମଲା ରହିଛି।

Leave A Reply

Your email address will not be published.