ଶ୍ରୀସାଇଲାମ ଜଳବିଦ୍ୟୁତ୍ କେନ୍ଦ୍ରରେ ଅଗ୍ନିକାଣ୍ଡ

0 302

ହାଇଦ୍ରାବାଦ,୨୧/୮ (ସତ୍ୟସନ୍ଧାନ ଡେସ୍କ ) ଗୁରୁବାର ରାତିରେ ତେଲେଙ୍ଗାନା ଶ୍ରୀସାଇଲାମର ଜଳବିଦ୍ୟୁତ୍ କେନ୍ଦ୍ରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ରାତି ପ୍ରାୟ ସାଢ଼େ ୧୦ଟା ବେଳେ ପାୱାର ଷ୍ଟେସନରେ ନିଆଁ ଲାଗି ଯାଇଥିଲା। ସେହି ସମୟରେ ପ୍ରାୟ ୧୯ ଜଣ କାମ କରୁଥିଲେ।ଏଥିରେ ୯ ଜଣ ଫସି ରହିଥିବା ସନ୍ଦେହ କରାଯାଉଛି।୧୦ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଡିଭିଜନ ଇଞ୍ଜିନିୟର, ୪ ଆସିଷ୍ଟାଣ୍ଟ ଇଞ୍ଜିନିୟର, ୨ ଜୁନିୟର ପ୍ଲାଣ୍ଟ ଆଟେଣ୍ଡାଣ୍ଟଙ୍କ ସହିତ ଅନ୍ୟ ଦୁଇଜଣ ନିଖୋଜ ଥିବା ସୂଚନା ମିଳିଛି। ଅଛନ୍ତି। ପ୍ରାଥମିକ ତଦନ୍ତ ରିପୋର୍ଟରୁ ସର୍ଟସର୍କିଟ୍ ଯୋଗୁ ଅଣ୍ଡରଗ୍ରାଉଣ୍ଡ ପାୱାର ପ୍ଲାଣ୍ଟରେ ଅଗ୍ନିକାଣ୍ଡ ହୋଇଥିବା ଜଣାପଡ଼ିଛି।

Leave A Reply

Your email address will not be published.