ପୁଣି ୨୮ ଜିଲ୍ଲାରୁ ୧୩୩୭ ଚିହ୍ନଟ

0 438

ଭୁବନେଶ୍ୱର,୫/୮ (ଏସ୍‌ଏସ୍‌ନିୟୁଜ) ପୁଣି  ରାଜ୍ୟରେ୨୮ ଜିଲ୍ଲାରୁ  ଆଉ ୧୩୩୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮୧୫ କ୍ୱାରେଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ ୫୨୨ ସ୍ଥାନୀୟ ମାମଲା ରହିଛି। ସେମାନଙ୍କମଧ୍ୟରେ  ଗଞ୍ଜାମରୁ ୨୦୧,ଖୋର୍ଦ୍ଧାରୁ ୧୯୬, କଟକରୁ ୧୬୮, ସୁନ୍ଦରଗଡ଼ରୁ ୮୩, କେନ୍ଦୁଝରରୁ ୮୦, ଗଜପତିରୁ ୭୫, ପୁରୀରୁ ୭୩, ସମ୍ବଲପୁରରୁ ୭୨, ନୟାଗଡ଼ରୁ ୬୦, ମାଲକାନଗିରିରୁ ୩୮, କେନ୍ଦ୍ରାପଡ଼ାରୁ ୩୭, କୋରାପୁଟ ଓ ବାଲେଶ୍ୱରରୁ ୩୧ ଲେଖାଏଁ, ଯାଜପୁରରୁ ୨୪, ଭଦ୍ରକ ଓ ରାୟଗଡ଼ାରୁ ୨୨ ଲେଖାଏଁ, ଜଗତସିଂହପୁରରୁ ୨୧, କନ୍ଧମାଳରୁ ୨୦, ମୟୂରଭଞ୍ଜରୁ ୧୫, ବରଗଡ଼ରୁ ୧୪, କଳାହାଣ୍ଡିରୁ୧୩, ବଲାଙ୍ଗୀରରୁ ୧୧, ଝାରସୁଗୁଡ଼ାରୁ ୧୦, ନବରଙ୍ଗପୁରରୁ ୭, ଢେଙ୍କାନାଳରୁ ୫, ଅନୁଗୁଳରୁ ୪, ସୋନପୁରରୁ ୩ ଓ ବୌଦ୍ଧରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩୯,୦୧୮ ଛୁଇଁଥିବା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ ଜରିଆରେ ସୂଚନା ଦିଆଯାଇଛି।

Leave A Reply

Your email address will not be published.