ପୁଣି ବଢିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା,ଆଜି ପୁଣି ୪ ଚିହ୍ନଟ

0 301

ଭୁବନେଶ୍ବର:୧୧/୪(ଏସଏସଏନ୍) ପୁଣି ବଢିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ।  ଆଜି ରାଜ୍ୟରେ ଆଉ ୪ କରୋନା ରୋଗୀ ଚିହ୍ନଟ ହେବା ପରେ  ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୪ ଛୁଇଁଲା । ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ହେଲେ ଆଜିର କରୋନା ସଂକ୍ରମିତ ବ୍ୟକ୍ତି କେଉଁ ଅଚଂଳର ଆଉ କାହା ସଂସ୍ପର୍ଶରେ ଆସିଛନ୍ତି ଜଣାପଡ଼ି ନାହିଁ ।ସୁଚନା ଯୋଗ୍ୟ ଯେ, ୫୪ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୨ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ଜଣେ ମୃତ୍ୟୁ ବରଣ କରିଛନ୍ତି । ଅନ୍ୟ ୪୧ଜଣ ଚିକିତ୍ସିତ ଅବସ୍ଥାରେ ଅଛନ୍ତି । ହେଲେ ଏହି ୪୧ଜଣ ଚିକିତ୍ସିତଙ୍କ ଭିତରୁ ୩୫ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ଅଛି ବୋଲି ଆଜି ନିର୍ଦ୍ଦେଶିକା ଶାଲୀନୀ ପଣ୍ଡିତ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.