ପୁଣି ବଢିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ,୧୬୯ କୁ ବୃଦ୍ଧି

0 252

ଭୁବନେଶ୍ବର :(ଏସଏସଏନ୍) ରାଜ୍ୟରେ ପୁଣି ବଢିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସୋମବାର ଆଉ ୬ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ସଂଖ୍ୟା ବୃଦ୍ଧି ପାଇଛି । ଚିହ୍ନଟ ହୋଇଥିବା ଆକ୍ରନ୍ତମାନେ ଯାଜପୁର ଓ ଭଦ୍ରକ ଜିଲାର ବୋଲି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଯାଜପୁର ଜିଲାର ୪ ଜଣ ରହିଥିବା ବେଳେ ଓ ଭଦ୍ରକ ଜିଲାର ୨ଜଣ ରହିଛନ୍ତି ବୋଲି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଓ୍ବେବସାଇଟରେ ସୂଚନା ଦିଆଯାଇଛି ।ଏଥିସହ ରାଜ୍ୟରେ ମୋଟ କରୋନା ରୋଗୀଙ୍କ ସଂଖ୍ୟା ୧୬୯କୁ ବୃଦ୍ଧି ହୋଇଛି। ଏହା ମଧ୍ୟରୁ ୧୦୮ ଜଣ ଚିକିତ୍ସାଧିନ ଥିବାବେଳେ ୬୦ ଜଣ ସୁସ୍ଥ ହୋଇଛନ୍ତି ଓ ଜଣଙ୍କର ମୃତ୍ୟୁ ଘଟିଛି ସୂଚନା ମିଳିଛି  ।

Leave A Reply

Your email address will not be published.