ସନ୍ଧ୍ୟା ୭ ରୁ ସକାଳ ୭ ଘରୁ ବାହାରିବା ମନା

0 420

ଭୁବନେଶ୍ବର:୪/୫(ଏସଏସଏନ୍)ବିଭିନ୍ନ ସମସ୍ୟାକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ପକ୍ଷରୁ ସନ୍ଧ୍ୟା ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ବାହାରେ ବୁଲାବୁଲି ମନା କରାଯାଇଛି। ଲକଡାଉନ ନିୟମ ଅନୁସାରେ ଏହା କରାଯାଇଥିବା ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଟ୍ୱିଟ୍‌ ଯୋଗେ ସୂଚନା ଦେଇଛନ୍ତି। ଆଜିଠାରୁ ଏ କଟକଣା କଡ଼ାକଡ଼ି ଭାବେ ଲାଗୁ ହେବ ବୋଲି କମିଶନର କହିଛନ୍ତି।  ସାରା ଦେଶର ସମସ୍ତ ଜୋନ୍‌ରେ ଲକ୍‌ଡାଉନ୍‌ ସ୍ଥିତି ଜାରି ରହିଥିବାରୁ ଲୋକେ ସକାଳ ୭ରୁ ସନ୍ଧ୍ୟା ୭ ମଧ୍ୟରେ ଘରୁ ବାହାରିବା ପାଇଁ ଅନୁମତି ଦିଆଯାଇନାହିଁ। କେବଳ ଜରୁରୀକାଳୀନ ସେବା ଯଥା ମେଡ଼ିକାଲ୍‌ କ୍ଷେତ୍ରରେ ଲୋକଙ୍କୁ ଘରୁ ବାହାରକୁ ଯିବା ପାଇଁ ଅନୁମତି ଦିଆଯାଇଛି ବୋଲି ​‌ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଟ୍ବିଟ୍‌ ଯୋଗେ କହିଛନ୍ତି। କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ଲକ୍‌ଡାଉନ୍‌ ସମୟରେ କଟକଣା ଜାରି କରାଯାଇଛି। ସକାଳ ୭ରୁ ସନ୍ଧ୍ୟା ୭ ଯାଏଁ ଘରୁ ନ ବାହାରିବାକୁ ମେ’ ୧୭ ତାରିଖ ପର୍ଯ୍ୟନ୍ତ ଏହି ନିୟମ ବଳବତ୍ତର ରହିବ। ଯାହା କାର୍ଯ୍ୟ କରିବା କଥା ସକାଳ ୭ରୁ ସନ୍ଧ୍ୟା ଭିତରେ କରିବା ଆବଶ୍ୟକ। ଲକ୍‌ଡାଉନ୍‌ ଅବଧି ଭିତରେ ଲୋକେ ଘରୁ ବାହାରିବା ଉପରେ କଟକଣା ରହିଛି। ତେବେ ଏହି ଲକ୍‌ଡାଉନ୍‌ ସମୟରେ କେବଳ ଜରୁରୀ ସେବା ଜାରି ରହିବ। ଯଦି ଆଇନ ଉଲଙ୍ଘନ କରିବେ ତାହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସମସ୍ତ ଜୋନ୍‌ରେ ଏହି କଟକଣା ଲାଗୁ ରହିବ ବୋଲି ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.