ପୁଣି ବ୍ରାଉନସୁଗାର ସହ ଧରାହେଲେ ପୁରୁଣା ଯୋଡି

0 421

ବାରଙ୍ଗ,୨୦/୨(ଏସଏସନିୟୁଜ)ଜଣେ ପେଶାଦାର ବ୍ରାଉନସୁଗାର ବ୍ୟବସାୟୀକୁ ନନ୍ଦନକାନନ ଥାନା ପୋଲିସ ଧରିବାରେ ସକ୍ଷମ ହୋଇଛି । ଏହି ପେଶାଦାର ବ୍ୟବସାୟୀ ହେଉଛନ୍ତି ପଦାସାହି ଗ୍ରାମର ରମେସଚନ୍ଦ୍ରବେଉରା ଓ ତାଙ୍କ ସ୍ତ୍ରୀ ସୁକାନ୍ତି ।ଏହି ସ୍ୱାମିସ୍ତ୍ରୀ ଯୋଡିଙ୍କର ବ୍ରାଉନସୁଗାର ବ୍ୟବସାୟ ପାଇଁ ଭଲ ନାଁ ମଧ୍ୟ ରହିଛି । ବ୍ରାଉନସୁଗାର ବ୍ୟବସାୟୀକରିବା ଅଭିଯୋଗରେ କେତେଥର ପୋଲିସ ହାତରେ ଧରାପଡିଛନ୍ତି ।ଘରେ ଏହି ବ୍ୟବସାୟ କରିବାରୁ ଗ୍ରାମବାସୀମାନଙ୍କ ବିରୋଦ୍ଧ ଯୋଗୁ ଗ୍ରାମମୁଣ୍ଡ ରେଳଧାରଣା କଡରେ ଏହି ବ୍ୟବସାୟ ନିର୍ବିଘ୍ନରେ କିଛିଦିନ ହେବ ଚଲାଉଥିଲେ ।ଏହି ସ୍ୱାମିସ୍ତ୍ରୀ ଯୋଡି ପୁଣି ବ୍ୟବସାୟ ଆରମ୍ଭ କରିଥିବାର ଖବରପାଇଁ ପୋଲିସ ଗୁରୁବାର ଦିନ ଜାଲ ବିଛାଇଥିଲେ ।

ନନ୍ଦନକାନନ ଥାନାର ବରିଷ୍ଟ ଏସଆଇ ନବଘନମଲ୍ଲିକ ସଦଳବଳେ ପଦାସାହି ଗ୍ରାମମୁଣ୍ଡ ରେଳଧାରଣା କଡରେ ଜଗିରହିଥିବା ବେଳେ ଏହି ଯୋଡି ବ୍ୟବସାୟ ଆରମ୍ଭ କରିବା ବେଳେ ପୋଲିସ ହାତରେ ଧରାପଡିଯାଇଥିଲା । ପୋଲିସ ଘଟଣାସ୍ଥଳରୁ ୬ଗ୍ରାମ ବ୍ରାଉନସୁଗାର ,୩ଟି ମୋବାଇଲଫୋନ,ପଲସର ଓଡି୩୩କେ-୦୨୨୯ନଂ କୁ ଜବତ କରିଥିଲେ । ୧୩/୨୦କେଶନଂରେ ଏକ ମକଦ୍ଦମାରୁଜୁକରି ପୋଲିସ ସୋମାନଙ୍କୁ ଆଜି କୋର୍ଟଚାଲଣ କରିଛି ।

Leave A Reply

Your email address will not be published.