୨ୟ ବାର୍ଷିକ ଡିପିଏଲ କ୍ରିକେଟ ଟୁଣ୍ଣାମେଂଟ ଉଦଘାଟିତ

0 240

ଡେଲାଙ୍ଗ,୨୨/୨ ( ଏସଏସନିୟୁଜ) ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଗୁଆଳିପଡା ପଂଚାୟତର ଗୁଡୁପାଇଲୋ ଗ୍ରାମରେ ବ୍ଲକ ସ୍ତରୀୟ ଡେଲାଙ୍ଗ ପ୍ରିମିୟର ଲିଗ (ଡିପିଏଲ )କ୍ରିକେଟ ମ୍ୟାଚ ଉଦଘାଟିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ସରପଂଚଞ୍ଚ କାଳନ୍ଦି ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ରିବନ କାଟି ଶୁଭ ଉଦଘାଟନ କରିଥିବା ବେଳେ ଟୁଣ୍ଣାମେଂଟଣ୍ଟ କ୍ଲବର ସଭାପତି ପ୍ରଦୀପ କୁମାର ସେଠୀ,ସମ୍ପାଦକ ଛାଟୋଇମୋତିଲାଲ ରାୟ,ବିରେନ୍ଦ୍ର କୁଅଁର ,ରଶ୍ମୀରଞ୍ଜନ ବେହେରା,ଚିତ୍ତରଞ୍ଜନ ବେହେରା.ମନୋରଞ୍ଜନ ଜେନା,ପ୍ରମୁଖ ଉପସ୍ଥିତ ଥିଲେ ।ଏହି ଟୁଣ୍ଣାମେଂଟରେ ୮ ଟି ଦଳ ଅଶଂଗ୍ରହଣ କରିଥିବା ବେଳେ, ପ୍ରଥମ ଲିଗ ମ୍ୟାଚ ଗତେଶ୍ୱର ବ୍ଲାଷ୍ଟର ଓ ମହାବୀର ୱାରିୟର୍ସ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ମହାବୀର ୱାରିୟର୍ସ ପ୍ରଥମେ ବ୍ୟାଟିଂ କରି ୧୨ ଓଭରରେ ସମସ୍ତ ଉଇକେଟ ହରାଇ ୬୨ ରନ କରିଥିଲା । ଜବାବରେ ଗତେଶ୍ୱର ୪ ଓଭରରେ କୌଣସି ଉଇକେଟ ନହାରାଇ ୬୩ ରନ କରି ବିଜୟ ଲାଭ କରିଥିଲା । ସେହିପରି ଦ୍ୱିତିୟ ଲିଗ ମ୍ୟାାଚଟି ଭିଲେଜ ୱାରିୟର୍ସ ଓ ମାମଙ୍ଗଳା ସ୍ଲେୟର୍ସ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।ଭିଲେଜ ୱାରିୟର୍ସ ୭ରନରେ ବିଜୟ ଲାଭ କରିଥିଲା । ଟୁଲେଶ୍ୱର ସାମନ୍ତରାୟ ଓ ଚିନ୍ତାମଣୀ ବେହେରା ମ୍ୟାଚ ପରିଚାଳନା କରିଥିଲେ । ଏହି ମ୍ୟାଚ ଦେଖିବା ପାଇଁ ସ୍ଥାନୀୟ ଅଂଚଳର ଯୁବକମାନଙ୍କ ମଧ୍ୟରେ ପ୍ରବଳ ଉସ୍‌।ହ ପରିଲକ୍ଷିତ ହୋଇଥିଲା

Leave A Reply

Your email address will not be published.