ପୁଣି ଚିହ୍ନଟ ୨୮୧୯ ନୂଆ କରୋନା ପଜିଟିଭ୍ ,୯ ମୃତ୍ୟୁ

0 263

ଭୁବନେଶ୍ୱର,୨୨/୮(ଏସ ଏସ ନିୟୁଜ ) ରାଜ୍ୟରେ ଆଉ ୨୯ ଜିଲ୍ଲାରୁ ୨୮୧୯ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତନ୍ମଧ୍ୟରୁ ୧୬୯୧ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ ୧୧୨୮ ସ୍ଥାନୀୟ ମାମଲା ରହିଛି। ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ  ଖୋର୍ଦ୍ଧାରୁ ୪୪୩, କଟକରୁ ୨୫୭, ମୟୂରଭଞ୍ଜରୁ ୨୧୯, ଗଞ୍ଜାମରୁ ୧୯୨, ରାୟଗଡ଼ାରୁ ୧୪୭, ସମ୍ବଲପୁରରୁ ୧୪୫, ବରଗଡ଼ରୁ ୧୩୬, ଯାଜପୁରରୁ ୧୨୦, ପୁରୀରୁ ୧୦୯, ବାଲେଶ୍ୱରରୁ ୧୦୫ ଓ ଢେଙ୍କାନାଳରୁ ୧୦୦ଜଣ ,ମାଲକାନଗିରିରୁ ୮୩, କୋରାପୁଟରୁ ୮୧, ଭଦ୍ରକରୁ ୭୭, ନୟାଗଡ଼ରୁ ୬୪, ଝାରସୁଗୁଡ଼ାରୁ ୬୩, ଗଜପତି ଓ କେନ୍ଦ୍ରାପଡ଼ାରୁ ୬୨ ଲେଖାଏଁ, ସୁନ୍ଦରଗଡ଼ରୁ ୫୭, ବଲାଙ୍ଗୀରରୁ ୫୬, କଳାହାଣ୍ଡିରୁ ୫୫, ଜଗତସିଂହପୁରରୁ ୪୮, କନ୍ଧମାଳରୁ ୪୪, ନବରଙ୍ଗପୁରରୁ ୪୩, ଅନୁଗୁଳରୁ ୨୩, ସୋନପୁରରୁ ୧୪, କେନ୍ଦୁଝରରୁ ୭, ବୌଦ୍ଧରୁ ୬ ଓ ନୂଆପଡ଼ାରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୫,୫୩୭ ରେ ପହଞ୍ଚିଥିବା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ ଜରିଆରେ ସୂଚନା ଦିଆଯାଇଛି।ରାଜ୍ୟରେ ଏବେ ସୁଦ୍ଧା ମୋଟ ୧୨,୩୩,୮୦୫ ଜଣଙ୍କର ଟେଷ୍ଟ କରାଯାଇଛି। ସେଥିମଧ୍ୟରୁ ୫୦,୫୦୩ ଜଣ ସୁସ୍ଥ ହୋଇଥିବା ବେଳେ ୨୪,୫୮୨ ଆକ୍ଟିଭ ମାମଲା ରହିଛି।
ଗତ ୨୪ ଘଣ୍ଟାରେ ରାଜ୍ୟରେ ପୁଣି  ୯ କରୋନା ରୋଗୀଙ୍କର ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ସେମାନେ ହେଲେ କଟକରୁ ୩, ସୁନ୍ଦରଗଡ଼ରୁ ୨, ବଲାଙ୍ଗୀର, ଗଞ୍ଜାମ, ମାଲକାନଗିରି ଓ ରାୟଗଡ଼ାରୁ ଜଣେ ।ଏହାକୁ ମିଶାଇ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୯୯ କୁ ବୃଦ୍ଧି ପାଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.