ପୁଣି ଧରାପଡିଲା ବ୍ରାଉନସୁଗାର

0 473

ବାରଙ୍ଗ,୨୫/୨(ଏସଏସନିୟୁଜ) ପୁଣି ଧରାପଡିଲା ବ୍ରାଉନସୁଗାର । ୫ଦିନର ବ୍ୟବଧାନ ପରେ ମଙ୍ଗଳବାରଦିନ ନନ୍ଦନକାନନ ଥାନା ପୋଲିସ ୪୦ହଜାରେ ଟଙ୍କାର ବ୍ରାଉନସୁଗାର ଧରିବାରେ ସକ୍ଷମ ହୋଇଛି ।ଗତକିଛିମାସ ହେବ ଅବକାରୀବିଭାଗର କର୍ମଚାରୀମାନଙ୍କର ଦେଖାନମିଳିବାରୁ ନନ୍ଦନକାନନ ଥାନା ଅଂଚଳରେ ଅବାଧରେ ବ୍ରଉାନସୁଗାର ବ୍ୟବସାୟୀମାନଙ୍କ ପାର୍ଦୁଭାବ ବଢିବାକୁ ଲାଗିଛି ।ଏହାକୁ ଦମନ କରିବା ସହ ବ୍ରାଉନସୁଗାର ବ୍ୟବସାୟୀଙ୍କୁ ସାବାଡ କରିବାକୁ ନନ୍ଦନକାନନ ଥାନା ପକ୍ଷରୁ ଆରମ୍ଭ ହୋଇଛି ଉଦ୍ୟମ । ଗତ ୫ଦିନ ତଳେ ପଦାସାହି ଗ୍ରାମର ପୁରୁଣା ନାମକରା ବ୍ୟବସାୟୀ ଦମ୍ପତିକୁ ଗିରଫକରି ପୋଲିସ କୋର୍ଟଚାଳଣ କରିଥିଲା ।ଏହାପରେ ବ୍ରାଉନସୁଗାର ବ୍ୟବସାୟୀମାନଙ୍କ ମଧ୍ୟରେ ଭାଳେଣୀ ପଡିଥିଲା ।ବାହାରୁ ବ୍ୟବସାୟୀମାନେ ଆସିବା ବନ୍ଦ ହୋଇଯାଇଥିଲେ ମଧ୍ୟ ସ୍ଥାନୀୟ ଗ୍ରାମର କିଛି ଯୁବକ ବ୍ୟବସାୟୀମାନଙ୍କଠାରୁ ବ୍ରାଉନସୁଗାର ଆଣି ବିକ୍ରି କରୁଥିବାର ପୋଲିସ ଜାଣିବାକୁ ପାଇଥିଲା ।

ମଙ୍ଗଳବାର ଦିହିପହରରେ ନନ୍ଦନକାନନ ଥାନାଅଧିକାରୀ ପରମାନନ୍ଦନାୟକ ସଦଳବଳେ କେନ୍ଦୁପାଟଣା ଯାତ୍ରାପଡିଆରେ ବ୍ରାଉନସୁଗାର ବିକ୍ରି ହେଉଥିବାର ଖବରପାଇ ଯାଇଥିଲେ । ପୋଲିସକୁ ଦେଖି ଗଣ୍ଡରପୁର ମଝିସାହିଗ୍ରାମର ସୁଶାନ୍ତରାଉତ ନାମକ ବ୍ରାଉନସୁଗାର ବ୍ୟବସାୟୀ ଓଆର୦୫-ଭି-୩୬୧୩ନଂ ସ୍କୁଟି କୁ ଛାଡି ଦୈାଡିପଳାଇଥିଲେ ମଧ୍ୟ ପୋଲିସ ସୁଶାନ୍ତକୁ କାବୁକରିବାରେ ସକ୍ଷମ ହୋଇଥିଲା ।ସୁଶାନ୍ତ ଧରାପଡିବାପରେ ସ୍କୁଟିସହ ତାଠାରୁ ୪୦ହଜାରେ ଟଙ୍କାମୁଲ୍ୟର ବ୍ରାଉନସୁଗାରକୁ ପୋଲିସ ଜବତ କରିବା ସହ ଆଜି କୋର୍ଟଚାଳଣ କରିଥିଲେ ।

Leave A Reply

Your email address will not be published.