ନନ୍ଦନକାନନ-ବେଟାରୀ ଅଟୋ ଧକ୍କାରେ ପର୍ଯ୍ୟଟକ ଆହତ

0 237

ବାରଙ୍ଗ,୨୫/୨(ଏସଏସନିୟୁଜ))ନନ୍ଦନକାନନରେ ପର୍ଯ୍ୟଟକମାନଙ୍କୁ ସୁବିଧା ଦେବାପାଇଁ ବେଟାରୀଅଟୋର ପ୍ରଚଳନ କରାଯାଇଛି । ଚାଲିପାରୁନଥିବା ପର୍ଯ୍ୟଟକମାନେ ଏହି ଅଟୋରେ ବସି ନନ୍ଦନକାନନର ପଶୁପକ୍ଷୀମାନଙ୍କୁ ଦେଖିବାର ସୁବିଧା ପାଇପାରିବେ । ଏଥିନିମନ୍ତେ ପର୍ଯ୍ୟଟକମାନଙ୍କୁ ଅତିରିକ୍ତ ଶୁକ୍ଳ ଦେବାକୁ ପଡିବ ।ସେଥିପାଇଁ ନନ୍ଦନକାନନ କର୍ତୁପକ୍ଷ ବେଟାରୀଅଟୋକୁ ଘରୋଇକରଣରେ ଦେଇଛନ୍ତି ।ମଙ୍ଗଳବାର ଅପରାହ୍ନରେ ଏକ ଦ୍ରୁତଗାମୀ ବେଟାରୀଅଟୋ ହାତୀସଫାରୀ ପାଖରେ ସିମେଂଟବ୍ୟାଂଚକୁ ଧକ୍କାଦେଇ ଲିମ୍ବ ଗଛରେ ମାଡ ହୋଇଥିବାର ଜଣାପଡିଛି ।ଦୁର୍ଘଟଣା ଘଟାଇ ଅଟୋଚାଳକ ଖସି ପଳାଇଥିଲା । ମଙ୍ଗଳବାର ସକାଳ ସମୟରେ ବର୍ଷା ଯୋଗୁ ପର୍ଯ୍ୟଟକମାନଙ୍କ ସଂଖ୍ୟା ବହୁତ କମ ରହିଥିବାବେଲେ ଅପରାହ୍ନରେ ବର୍ଷା କମିବାରୁ ପର୍ଯ୍ୟଟକମାନଙ୍କ ଗହଳିରେ ଚଳଚଂଚଳ ହୋଇଉଠିଥିଲା ନନ୍ଦନକାନନ ।ହାତୀସଫାରୀ ରାସ୍ତା ପାଖରେ ଏକପ୍ରକାର ପର୍ଯ୍ୟଟକମାନଙ୍କର ଗହଳି ରହିଥିଲା ।ଏହି ସମୟରେ ୬ଜଣବଙ୍ଗିୟ ପର୍ଯ୍ୟଟକଙ୍କୁ ନେଇ ଏକ ଅଟୋ ଦ୍ରୁତ ଗତିରେ ଆସି ରାସ୍ତାରେ ଯାଉଥିବା ରାଜସ୍ଥାନର ସ୍ୱାମିସ୍ତ୍ରୀଙ୍କୁ ଧକ୍କା ଦେଇଥିଲା ।ଫଳରେ ସେମାନଙ୍କ ଗୋଡ ଓ ମୁଣ୍ଡରେ ଶକ୍ତଆଘାତ ଲାଗିବାରୁ ସେମାନେ ରାସ୍ତା ଉପରେ ପଡି ଚିକ୍ତରା କରିଥିଲେ । ଏହାପରେ ଅଟୋଟି ରାସ୍ତାପାଶ୍ୱର୍ରେ ଥିବା ଏକ ସିମେଂଟବ୍ୟାଂଚକୁ ଧକ୍କାଦେଇ ଲିମ୍ବ ଗଛରେ ମାଡକରିବା ପରେ ଚାଳକ ଜଣଙ୍କ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା ।ଅଟୋରେ ବସିଥିବା ଗାଇଡ ସହ ଅନ୍ୟ ଦୁଇଜଣ ଅଟୋରୁ ଖସି ତଳେ ପଡି ଖଣ୍ଡିଆଖାବରା ହୋଇଥିଲେ । ଖବରପାଇ ଅଟୋ ଠିକାଦାର ଆହତମାନଙ୍କୁ ଚିକିସ୍‌।ପାଇଁ ଡାକ୍ତରଖାନାକୁ ନେଇଥିଲେ , ହେଲେ ଏତେବଡ ଘଟଣା ଘଟିଥିଲେ ମଧ୍ୟ ସୁରକ୍ଷାବିଭାଗରର ବଡବାବୁ ସେ ସମୟରେ କିଛି ଜାଣିପାରିନଥିଲେ ।ନନ୍ଦନକାନନ ପରିସରରେ କର୍ମଚାରୀମାନଙ୍କ ସହ ସିକୁରିଟି କର୍ମଚାରୀମାନେ ମୃତୟନ ହୋଇରହିଥିଲେ ମଧ୍ୟ କେହି କିପରି ବଡବାବୁଙ୍କୁ ଖବର ଦେଲେନାହିଁ କି ଅସୁବିଧାରେ ପଡିଥିବା ପର୍ଯ୍ୟଟକମାନଙ୍କୁ ସାମାନ୍ୟତମ ସାହାର୍ଯ୍ୟ କରିବାକୁ ଆଗେଇଆସିଲେ ନାହିଁ ତାହା ଏଠାରେ ପ୍ରଶ୍ନବାଚୀ ସୃଷ୍ଟିକରିଛି ।

Leave A Reply

Your email address will not be published.