ପୁଣି ଓମ୍‌ଫେଡର ଛଟେଇ କର୍ମଚାରୀଙ୍କ ଧାରଣା

0 329

ବାରଙ୍ଗ,୧୨/୪(ଏସଏସନିଉଜ) ଗତ କିଛି ମାସ ଧରି ବାରଙ୍ଗ ବ୍ଲକ୍ ରାମଦାସପୁର ପଂଚାୟତର ଅରିଲୋ ଗ୍ରାମ ନିକଟରେ ହୋଇଥିବା ରାଜ୍ୟର ସର୍ବବୃହତ ଅତ୍ୟାଧୁନିକ ଓମ୍‌ଫେଡ ଡାଇରୀ ପ୍ଲାଂଟରେ ଶ୍ରମିକ ଅଶାନ୍ତି ଦେଖାଦେଇଛି ।ନୁଆକରି ହୋଇଥିବା ଓମ୍‌ଫେଡ ଡାଇରୀ ପ୍ଲାଂଟରେ ଭୂବନେଶ୍ୱର ସ୍ଥିତ ଓମ୍‌ଫେଡ ଡାଇରୀ ପ୍ଲାଂଟର କିଛି ପୁରୁଣା କର୍ମଚାରୀ ଓ ଏମାନଙ୍କ ସହିତ ସ୍ଥାନୀୟ ଅଂଚଳର କିଛି ଯୁବକ ଯୁବତୀ ମାନଙ୍କୁ ଏଠାରେ ଠିକା କର୍ମଚାରୀ ଭାବେ ନିଯୁକ୍ତି ଦିଆଯାଇଥିଲା । ପରବର୍ତୀ ସମୟରେ କେତେକ ଯୁବକ ଯୁବତୀ ମାନଙ୍କ ନିଯୁକ୍ତିକୁ ବାରଣ କରାଯିବା ସହ ଛଟୋଇ କରାଯାଇ ଥିଲା । ଯାହାକୁ ନେଇ ଛଟୋଇ ହୋଇଥିବା କର୍ମଚାରୀ ମାନଙ୍କ ମଧ୍ୟରେ ଅସନ୍ତୋଷ ବଢିଥିଲା ।ଏହାକୁ ପ୍ରତିବାଦ କରି ଏହି ଛଟେଇ କର୍ମଚାରୀମାନେ ବହୁବାର ପ୍ଲାଂଟ ଫାଟକ ପାଖରେ ଧାରଣା ଦେଇଥିଲେ ।ମଙ୍ଗଳବାରଦିନ ପୁଣି ଦିଆଯାଇଥିବା ପ୍ରତିଶୃତି ପୁରଣ ନହେବା ପ୍ରତିବାଦରେ ଛଟେଇ କର୍ମଚାରୀମାନେ ଦୀର୍ଘ୩ଘଂଟାକାଳ ଫାଟକ ସାମ୍ନାରେ ଧାରଣାଦେବାରୁ କୈାଣସି କର୍ମଚାରୀମାନେ ଭିତରକୁ ଯାଇପାରିନଥିଲେ ।ଓମ୍‌ଫେଡ ଡାଇରୀ ପ୍ଲାଂଟର ଡେପୁଟି ଜେନେରାଲ ମ୍ୟାନେଜର ଡକ୍ଟର ଜୟକୃଷ୍ଣ ପଟ୍ଟନାୟକ, ଜେନେରାକ ମ୍ୟାନେଜର ସୌମେନ୍ଦ୍ର ଭୈମିକ, ଚନ୍ଦନ ବାର୍ନାଜୀ, ପ୍ରିୟବ୍ରତ ତରିଆ, ଜୋନ ୪ ଏସିପି ଚନ୍ଦନ ଘଡାଇ, ବାରଙ୍ଗ ଥାନା ଅଧିକାରୀ ଆକାଶ ଚନ୍ଦ୍ର ରାଣା, ସିଡିଏ ଫୋଜ-୨ ଥାନା ଅଧିକାରୀ ସଂନ୍ଧ୍ୟାରାଣୀ ସିଂ, ପ୍ରମୁଖ ଘଟଣା ସ୍ଥଳକୁ ଆସି ଧାରଣାରତ କର୍ମଚାରୀ ମାନଙ୍କ ସହ ଆଲୋଚନା କରିଥିଲେ ।ବହୁ ବୁଝାସୁଜାପରେ ପ୍ଲାଂଟ ରେ ପୁଃନନିଯୁକ୍ତି କୁ ପର୍ଯ୍ୟାୟକ୍ରମେ କରାଯିବା ଓ ଗ୍ରାଚୁଇଟ ଟଙ୍କା ପର୍ଯ୍ୟାୟ କ୍ରମେ ପ୍ରଦାନ କରିବାର ପ୍ରତିଶୃତି ପରେ କର୍ମଚାରୀମାନେ ଧାରଣାରୁ ଉଠିଥିଲେ ।

Leave A Reply

Your email address will not be published.