ପୁଣି ଫେରୁଛି ମାସ୍କ

0 284

ଭୁବନେଶ୍ୱର,୭/୬(ଏସଏସନିଉଜ)ଦେଶର ତାମିଲନାଡୁ, କେରଳ, ତେଲେଙ୍ଗାନା, କର୍ଣ୍ଣାଟକ ଏବଂ ମହାରାଷ୍ଟ୍ର ଆଦି ୫ ରାଜ୍ୟରେ କରୋନା ସଂକ୍ରମଣ ବଢୁଛି ।ତେବେ ଏହି ୫ରାଜ୍ୟରେ ଲଗାତାର ଭାବେ କରୋନା ସଂକ୍ରମଣ ସଂଖ୍ୟା ୪ହଜାର ପାଖାପାଖି ରହୁଥିବାରୁ କେନ୍ଦ୍ର ସରକାର ପକ୍ଷରୁ ଏହିରାଜ୍ୟମାନଙ୍କୁ ସର୍ତକ କରାଯାଇଛି ।ଏଭଳି ସ୍ଥିତିରେ କର୍ଣ୍ଣାଟକ ସରକାର ବାଙ୍ଗାଲୁରୁରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରିଛନ୍ତି ଓ ମହାରାଷ୍ଟ୍ର ସରକାର ମଧ୍ୟ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଥିବାର ଜଣାପଡିଛି ।ଏହାସହ ଜୁନ୍ ୧୫ ତାରିଖରୁ ମହାରାଷ୍ଟ୍ରରେ ଅନଲାଇନ୍ ମାଧ୍ୟମରେ ସ୍କୁଲ ପାଠପଢା ହେବ ବୋଲି ଜଣାପଡିଛି ।

 

Leave A Reply

Your email address will not be published.