ପୁଣି ଜଣଙ୍କ ଜୀବନ ନେଲା ଆମ ବସ୍‌

ଭୁବନେଶ୍ୱର,୨୯।୫(ଏସଏସ ନିୟୁଜ)ଖଣ୍ଡଗିରି ଛକରେ ପୁଣି ଜଣଙ୍କ ଜୀବନ ନେଇଛି ଆମବସ।
ମୃତକ ହେଉଛନ୍ତି ଗଞ୍ଜାମ ବୁଗୁଡ଼ାର ତ୍ରିନାଥ ବାରିକ(୫୫)।ଦୁର୍ଘଟଣା ପରେ ପ୍ରବଳ ଉତ୍ତେଜନା ଦେଖାଦେଇଥିଲା। ଶତାଧିକ ଉତ୍ତ୍ୟକ୍ତ ଲୋକେ ମୃତଦେହକୁ ରଖି ରାସ୍ତା ଅବରୋଧ କରିବା ସହ ଆମ ବସ୍‌ ଚାଳକଙ୍କ ବେପରୁଆ ଗାଡ଼ି ଚାଳନାକୁ ଦାୟୀ କରି ନାରାବାଜି କରିଥିଲେ।ଏତିକିରେ ଉତ୍ୟକ୍ତ ଲୋକଙ୍କ ରାଗ ଥମି ନଥିଲା। ସେମାନେ ୮ଟି ଆମବସ୍‌କୁ ବାଡ଼େଇ ଭ‌ାଙ୍ଗି ପକାଇଥିଲେ। ପ୍ରାୟ ଏକ ଘଣ୍ଟାକାଳ ଉତ୍ତ୍ୟକ୍ତ ଲୋକଙ୍କ ତୁମୁଳକାଣ୍ଡ ଚାଲିଥିବା ବେଳେ ବହୁ କଷ୍ଟରେ ପୁଲିସ ବୁଝାସୁଝା କରିବା ପରେ ଲୋକମାନେ ଶାନ୍ତ ହୋଇଥିଲେ।ଅନ୍ୟପଟେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ସହାୟତା ଦେବାକୁ ଘୋଷଣା କରିଥିଲେ।
ଭୀମଟାଙ୍ଗୀରେ ରହୁଥିବା ତ୍ରିନାଥ ଆଇଗିଣିଆରେ ଏକ ବାଇକ୍‌ ସୋ ରୁମ୍‌ରେ ସୁରକ୍ଷାକର୍ମୀ ଭାବେ କାର୍ଯ୍ୟ କରୁଥିଲେ। ବୁଧବାର ସନ୍ଧ୍ୟାରେ ସାଇ‌କେଲ୍‌ ଯୋଗେ ଘରକୁ ଫେରୁଥିବା ବେଳେ ବାରଭୁଜା ମାର୍କେଟ୍‌ କମ୍ପ୍ଲେକ୍ସ ନିକଟରେ l ପଛରୁ ଆସୁଥିବା ଆମବସ୍‌ ତାଙ୍କୁ ଧକ୍କା ଦେବା ସହ ତାଙ୍କ ଉପରେ ମାଡ଼ି ଯିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା।

- Advertisement -

Leave A Reply

Your email address will not be published.