ଗଞ୍ଜାମ,୨୯।୫(ଏସଏସନିୟୁଜ) ଗୁରୁବାର ସକାଳେ ୧୬ନଂ ଜାତୀୟରାଜପଥ ସୁବଳୟା ଛକରେ ଏକ ଟ୍ରକ୍କୁ ତୀର୍ଥଯାତ୍ରୀ ବସ୍ ଜୋରରେ ପଛପଟୁ ଧକ୍କା ଦେଵାରୁ ୬ରୁ ଅଧିକ ଜଣ ଗୁରୁତର ଅଛନ୍ତି। ଆହତମାନଙ୍କୁ ଚିକିତ୍ସା ଲାଗି ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଛି।ତୀର୍ଥଯାତ୍ରୀ ବସ୍ରେ ୨୦ ଜଣ ତୀର୍ଥଯାତ୍ରୀ ଥିବା କୁହାଯାଉଛି। ସେମାନେ ଉତ୍ତରପ୍ରଦେଶରୁ ତୀର୍ଥ ସାରି ଆନ୍ଧ୍ରପ୍ରଦେଶ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ତେବେ ଦୁର୍ଘଟଣା ପରେ ବସ୍ରେ ଥିବା ଅନ୍ୟ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ଖବର ପାଇ ରମ୍ଭା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
